ଅଗ୍ନି-୫ ର ଷଷ୍ଠ ପରୀକ୍ଷଣ ସଫଳ ! ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁଙ୍କ ଉପରେ ଆକ୍ରମଣ କରିବାକୁ ସକ୍ଷମ ।

57

ଭାରତ ସୁରକ୍ଷା କ୍ଷେତ୍ରରେ ଆଉ ଏକ ବଡ ସଫଳତା ହାସଲ କରିଛି । ରବିବାର ସକାଳେ ଅଗ୍ନି-୫ ର ଆଉ ଏକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି । ୫୦୦୦ କିଲୋମିଟରରୁ ଶତ୍ରୁଙ୍କ ଉପରେ ଆକ୍ରମଣ କରିବା ପାଇଁ ସକ୍ଷମ ରଖିଥିବା ଏହି ମିଶାଇଲକୁ ଓଡିଶାର ସମୁଦ୍ରତଟରେ ପରୀକ୍ଷଣ କରାଗଲା ।

ଅଗ୍ନି-୫ ମିଶାଇଲ୍ ଦେଶର ଷ୍ଟ୍ରାଟେଜିକ୍ ଫୋର୍ସେସର ଅଂଶ ହୋଇଯାଇଛି । ଏହି ମିଶାଇଲକୁ ମଧ୍ୟ ଷ୍ଟ୍ରାଟେଜିକ୍ ଫୋର୍ସେସଙ୍କ ନଜରରେ ପରୀକ୍ଷଣ କରାଗଲା । ଯାହାଙ୍କ ଅଧିନରେ ପରମାଣୁ ହତିଆରର ଦେଖାଶୁଣା କରାଯାଉଛି । ଏହି ମିଶାଇଲ୍ ୧୦୦୦ କିଲୋ ପର୍ଯ୍ୟନ୍ତ ପରମାଣୁ ହତିଆର ନେବାର ସକ୍ଷମ ରଖିଛି । ୧୭ ମିଟର ଲମ୍ବା ଅଗ୍ନି-୫ ମିଶାଇଲର ଓଜନ ୫୦ ଟନ୍ । ଲଞ୍ଚିଙ୍ଗ୍ ସିଷ୍ଟମରେ କେନଷ୍ଟର ଟେକ୍ନିକ୍ ବ୍ୟବହାର କରାଯାଇଛି । ଏହା କାରଣରୁ ମିଶାଇଲକୁ ଯେକୌଣସି ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପାରିବ । ଏହି ମିଶାଇଲକୁ ସହଜରେ ଡିଟେକ୍ଟ କରାଯାଇ ପାରିବ ନାହିଁ । ଏହି ମିଶାଇଲ୍ ସାହାଯ୍ୟରେ ଗୋଟିଏ ଥରେ ଅଧିକ ନ୍ୟୁକ୍ଲିୟର ୱାରହେଡକୁ ଛଡା ଯାଇପାରିବ ।

ଖାସ୍ କଥା ହେଉଛି ପଡୋଶୀ ଦେଶ ଚୀନ୍ ମଧ୍ୟ ଏହି ମିଶାଇଲକୁ ରଖିଛି । ଅନ୍ୟପକ୍ଷରେ ଋଷ୍,ଆମେରିକା,ଫ୍ରାନ୍ସ ଏବଂ ଚୀନ୍ ପରେ ଭାରତ ହେଉଛି ଷଷ୍ଠ ଦେଶ ଯାହା ପାଖରେ ଇଣ୍ଟରକଣ୍ଟିନେଟାଲ୍ ବେଲିଷ୍ଟିକ୍ ମିଶାଇଲର କ୍ଷମତା ରହିଛି ।