ବରିଷ୍ଠ ସାମ୍ବାଦିକା ଗୈାରୀ ଲଙ୍କେଶଙ୍କ ହତ୍ୟା ମାମଲା ! ତଦନ୍ତରେ ସହଯୋଗ କରୁନାହାଁନ୍ତି ସାମ୍ବାଦିକାଙ୍କ ଭାଇ ଇନ୍ଦ୍ରଜିତ

55

gauri-lankesh-funeral-dବହୁ ଚର୍ଚ୍ଚିତ ସାମ୍ବାଦିକା ଗୈାରୀ ଲଙ୍କେଶଙ୍କ ହତ୍ୟା ମାମଲା । ଆଉ ଏହାର ତଦନ୍ତ କରୁଛି ଏସଆଇଟି । ଆଉ ଅ।ଜି ତାଙ୍କର ନିଜ ସଂପର୍କୀୟଙ୍କ ତଦନ୍ତ କରିଛି ଏସଆଇଟି । ତାଙ୍କର ମା ଇନ୍ଦିରା ଓ ଭଉଣୀ କବିତା ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । କିନ୍ତୁ ତାଙ୍କର ଭାଇ ଇନ୍ଦ୍ରଜିତ କିଛି ପ୍ରଶ୍ନର ଜବାବ ଦେବାକୁ ମନା କରିଦେଇଥିଲେ ଆଉ ଅନେକ କଥା ଲୁଚାଇବାକୁ ଚେଷ୍ଟା କରିଥିଲେ ।

ପ୍ରକୃତରେ ଏସଆଇଟିର ଅଧିକାରୀ ଗୈାରୀ ଓ ଇନ୍ଦ୍ରଜିତଙ୍କ ମଧ୍ୟରେ ହୋଇଥିବା ଝଗଡା ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଇନ୍ଦ୍ରଜିତ କିଛି କହିବାକୁ ମନାକରିଦେଇଥିଲେ । କିଛି ବର୍ଷ ପୂର୍ବରୁ ପାରିବାରିକ ବିବାଦରେ ଇନ୍ଦ୍ରଜିତ ଗୈାରୀଙ୍କୁ ବନ୍ଧୁକ ଦେଖାଇଥିଲେ ଏବଂ ଧମକାଇବାକୁ ପ୍ରୟାସ ମଧ୍ୟ କରିଥିଲେ । ଏ ବିଷୟରେ ପଚାରାଯିବାରୁ ଗୈାରୀଙ୍କ ଭାଇ ଇନ୍ଦ୍ରଜିତ କହିଥିଲେ , ‘ଏ ଘଟଣାକୁ ଆମେ କେବେ ଠାରୁ ଭୁଲିସାରିଛୁ । ଆମ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକଠାକ୍ ଚାଲିଥିଲା । ଏବେ ଆପଣମାନେ ପୁଣି କାହିଁକି ଏ ବିଷୟରେ ପଚାରୁଛନ୍ତି । ମୁଁ ଏ ପିସ୍ତଲକୁ ବହୁ ଦିନ ପୂର୍ବରୁ ବିକ୍ରି କରିଦେଇଛି ଏବଂ ଏହାର ବିଲ୍ ମଧ୍ୟ ହଜେଇ ଦେଇଛି ।’

ଏସଆଇଟିର ଟିମ ତଦନ୍ତ କରିବା ପାଇଁ ଗୈାରୀଙ୍କ ସମ୍ବାଦପତ୍ର ଲଙ୍କେଶ ପତ୍ରିକାର ଅଫିସ ଆସିଥିଲେ । ଏଠାରେ ୪ଘଣ୍ଟା ର ତଦନ୍ତରେ ଗୈାରୀଙ୍କ ଜୀବନ ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା । ଏଥିରେ ଗୈାରୀଙ୍କ ସଂପତ୍ତି, ତାଙ୍କର ଭାଗବାଣ୍ଟ , ଝଗଡା ସବୁକିଛି ସାମିଲ ଥିଲା ଆଲୋଚନାରେ । ଗୈାରୀଙ୍କ ଅଫିସରେ ତଦନ୍ତ ବେଳେ ତାଙ୍କ ଭାଇ ଇନ୍ଦ୍ରଜିତ ମଧ୍ୟ ଆସିଥିଲେ । ଏବଂ ତଦନ୍ତରେ ନିଜ ଆଡୁ ଅଡୁଆ ପୁରେଇଥିଲେ । ତାଙ୍କ ମା ଓ ଭଉଣୀ ତତନ୍ତରେ ଦେଇଥିବା ସୂଚନାକୁ ହଟେଇବାକୁ ଅଧିକାରୀଙ୍କୁ କହିଥିଲେ । ପ୍ରକୃତରେ ଇନ୍ଦ୍ରଜିତଙ୍କୁ ଗୁରୁବାର ଦିନ ଇନକ୍ୱାରୀ ଥିଲା । କିନ୍ତୁ ସେ ଯେତେବେଳେ ସେ ଏହି ବିଷୟରେ ଖବର ପାଇଲେ ବୁଧବାର ଦିନ ଅଫିସ ଆସିଥିଲେ । ଆଉ ତଦନ୍ତ କାମରେ ବାଧା ଦେଇଥିଲେ ।

ଗୈାରୀଙ୍କ ଭାଇ ତାଙ୍କ ଅଫିସରେ ଆସି ଏସଆଇଟିର ଅଧିକାରୀଙ୍କୁ କହିଥିଲେ । ଅଧିକାରୀମାନେ ସଫା ସଫା ମନାକରିଦେଇଥିଲେ । ମା’ ଇନ୍ଦିରା ଦେଇଥିବା ତଥ୍ୟକୁ ତାଙ୍କ ବିନା ଅନୁମତିରେ ହଟାଇପାରିବେ ନାହିଁ । ଏହି ସମୟରେ ତାଙ୍କ ମା’ଙ୍କ ସହ ମଧ୍ୟ ଇନ୍ଦ୍ରଜିତଙ୍କର କଳିତର୍କ ହୋଇଥିଲା । ଏଣୁ ଏଥିରୁ ଅନୁମେୟ ହେଉଛି ଯେ, ଗୈାରୀଙ୍କ ମୃତ୍ୟୁ ରହସ୍ୟରେ ନିଜ ଭାଇଙ୍କର ଏପରି ବ୍ୟବହାର ନିଶ୍ଚୟ କିଛି ଲୁଚାଉଛି । ଆଉ ସେ କିଛି ଗୁପ୍ତ ରଖିବାକୁ ଚାହୁଁଛନ୍ତି । ବୋଧହୁଏ ସେ ଚାହୁଁଛନ୍ତି ଯଦି କୈାଣସି ବିଷୟ ଜଣାପଡିଯିବ ସେ ଅସୁବିଧାରେ ପଡିଯିବେ ।

ଏବେ ଗୈାରୀ ଲଙ୍କେଶଙ୍କର ଭାଇଙ୍କର ତଦନ୍ତରେ ଏପରିି ଅସହଯୋଗ ମନୋଭାବକୁ ନେଇ ଉଠିଛି ଅନେକ ପ୍ରଶ୍ନ । ସେ କାହିଁକି ଏମିତି କରୁଛନ୍ତି । ପ୍ରକୃତରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗିରହିଥିଲା କି ? ସେ ଉପରକୁ ସେ ଯେଉଁ ଭଲ ସଂପର୍କର କଥା କହୁଛନ୍ତି , ତା ନାଟକ ନୁହେଁତ ? ଏଣୁ ଆଗକୁ ନିଶ୍ଚୟ ଏ ମାମଲାର ପର୍ଦ୍ଦାଫାଶ ହେବ । ଆଉ ଜଣାପଡିବ ଏହି ଘଟଣାର ପ୍ରକୃତ ରହସ୍ୟ। (ସୌଜନ୍ୟ- ନବଭାରତ ଟାଇମ୍ସ)