ଫେସବୁକରେ ଲାଇଭ ମର୍ଡର ! ଶିଶୁକନ୍ୟାକୁ ମାରି ଟାଙ୍ଗିଦେଲା ନିଷ୍ଠୁର ବାପା

27

ଥାଇଲ୍ୟାଣ୍ଡ : ଶିଶୁ ପାଇଁ ମା’ର ଅବଦାନ ଯେମିତି ଖୁବ୍ ଅଧିକ । ସେମିତି ବାପାର ମଧ୍ୟ ରହେ ଗୁରୁ ଦାୟିତ୍ୱ । ସମସ୍ତ ବିପଦ ଆପଦରୁ ରକ୍ଷା କରିଥାଏ ବାପା । ନିଜ ପିଲା ପାଇଁ ଦିନରାତି ପରିଶ୍ରମ କରି କୋଟିଏରେ ଗୋଟିଏ କରିବାକୁ ଚାହିଁଥାଏ । ହେଲେ ସେହି ବାପା ଯଦି ନିଷ୍ଠୁର ପାଲଟି ଯାଏ ! ଏମିତି ଏକ ଘଟଣା ଘଟିଛି ଥାଇଲ୍ୟାଣ୍ଡରେ । ଜଣେ ବାପା ତାର ଶିଶୁ କନ୍ୟାକୁ ମାରି କରିଛନ୍ତି ଫେସବୁକ ଲାଇଫ୍ । ଯାହା ଖୁବ୍ ଭାଇରାଲ ସାଜିଛି ସୋସିଆଲ ମିଡିଆରେ ।

ସୂଚନା ଅନୁସାରେ ,ସ୍ୱାମୀ-ସ୍ତ୍ରୀ ମଧ୍ୟରେ ହୋଇଥିଲା ମାମୁଲି କଳହ । ଏଥିରେ ଉତକ୍ଷିପ୍ତ ହୋଇ ବାପା ରାଗ ଶୁଝାଇଦେଲା ୧୧ ବର୍ଷର ନିରୀହ ଶିଶୁ ଉପରେ । ଏହି ରାକ୍ଷସ ବାପା ଏହି ଶିଶୁକନ୍ୟାକୁ ନେଇ ଘରୁ ବାହାରି ଏକ ହୋଟେଲକୁ ଚାଲିଗଲେ । ସେଠାରେ ନିଜ ମୋବାଇଲରେ ଫେସବୁକ୍ ଲାଇଭ କଲେ । ଶିଶୁର ବେକକୁ ଏକ ରସିରେ ବାନ୍ଧି ଛାତରେ ଟାଙ୍ଗି ଦେଲେ । ଶିଶୁଟିର ଏହି ଭଳି ଭାବେ ହୋଇଥିଲା ମୃତ୍ୟୁ । ନିଷ୍ଠୁର ବାପା ଦେଖୁଥିଲା ଶିଶୁର ମୃତ୍ୟୁର ବେଦନା । ଆଉ କରୁଥିଲା ସୋସିଆଲ ମିଡିଆରେ ଲାଇଭ୍ । ଏହାପରେ ନିଜେ ମଧ୍ୟ କରିଥିଲା ଆତ୍ମହତ୍ୟା ।