କେତେ ଜାଣିଛନ୍ତି ଗାନ୍ଧୀଙ୍କୁ? ବାପୁଙ୍କ ବିଷୟରେ ଦିଅନ୍ତୁ ୧୦ଟି ପ୍ରଶ୍ନର ଉତ୍ତର । ସଙ୍ଗେ ସଙ୍ଗେ ଆପଣଙ୍କ ଖାତାକୁ ଚାଲି ଆସିବ ୨୧ ହଜାର ଟଙ୍କାର ପୁରସ୍କାର

168

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ବିଷୟରେ କିଏବା ନଜାଣିଛି । ଗାନ୍ଧୀଙ୍କ ବିଷୟରେ ଆମେ ଅନେକ କଥା ପିଲାବେଳୁ ପଢିଆସିଛେ । ହେଲେ ଏବେ ଏହି କଥା ଆପଣଙ୍କୁ ପୁରସ୍କାର ଜିତାଇବାରେ ସହାୟତା କରିବ । ଏଭଳି ସୁବର୍ଣ୍ଣସୁଯୋଗ ସିଧାସଳଖ ଭାବରେ ମୋଦି ସରକାରଙ୍କ ତରଫରୁ ଦିଆଯାଉଛି । ମୋଦି ସରକାରଙ୍କ ତରଫରୁ ଆୟୋଜନ କରାଯାଇଛି ମହାତ୍ମାଗାନ୍ଧୀ କ୍ୱିଜ୍ ନାମକ ଏକ କାର୍ଯ୍ୟକ୍ରମ । ଏହି କ୍ୱିଜ୍ କାର୍ଯ୍ୟକ୍ରମରେ ଆପଣଙ୍କୁ ମାତ୍ର ୧୦ଟି ପ୍ରଶ୍ନର ଉତର ଦେବାକୁ ହେବ । ଯଦି ଆପଣ ଏହିସବୁ ପ୍ରଶ୍ନର ଉତର ସଠିକ୍ ସଠିକ୍ ଏବଂ ବାକି ମାନଙ୍କ ତୁଳନାରେ ବହୁତ କମ ସମୟ ମଧ୍ୟରେ ଜବାବ ରଖନ୍ତି ତେବେ ଆପଣଙ୍କୁ ଏଥାପାଇଁ ନଗଦ ୨୧ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ।

ଖାଲି ଏତିକି ନୁହେଁ, ଯଦି ଆପଣ ଏହି କ୍ୱିଜରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ବି ଆସନ୍ତି, ତେବେବି ଆପଣଙ୍କୁ ଖାଲି ହାତରେ ଘରକୁ ଯିବାକୁ ପଡିବ ନାହିଁ । କାହିକି ନା ଦ୍ୱିତୀୟ ସ୍ଥାନ ଅଧିକାର କରିବା ଦ୍ୱାରା ଆପଣଙ୍କୁ ୧୫ ହଜାର ଟଙ୍କା, ସେହିପରି ତୃତୀୟ ସ୍ଥାନ ଅଳଙ୍କୃତ କଲେ ୧୧ ହଜାର ଟଙ୍କା ପୁରସ୍କାର ମିଳିବ ।
ତେବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଶେଷ ତାରିଖ ରହିଛି ୧୪ ନଭେମ୍ବର,୨୦୧୮ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ । ଏହି କାର୍ଯ୍ୟକ୍ରମର ସମସ୍ତ ନିୟମ ଏବଂ ସର୍ତତ ଜାଣିବା ପାଇଁ ଆପଣ https://quiz.mygov.in/quiz/gandhi-quiz-hindi-version/ଲିଙ୍କକୁ ଯାଇ ଜାଣିପାରିବେ ।

କିପରି ଭାଗ ନେବେ?

ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ହେଲେ ଆପଣଙ୍କୁ କେଉଁଠାକୁ ଦୌଡିବାକୁ ପଡିବ ନାହିଁ । ବରଂ ଏହି କାର୍ଯ୍ୟକ୍ରମରେ ଆପଣ ଘରେ ବସି ହିଁ ଭାଗ ନେଇପାରିବେ । ଏଥିପାଇଁ ଆପଣଙ୍କୁ Mygov.inକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ଗାନ୍ଧୀ କ୍ୱିଜ୍ ନାମକ ଅପସନ ଏହାର ହୋମପେଜରେ ହିଁ ମିଳିଯିବ । ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

ତେବେ ଯେପରି ହିଁ ଆପଣ ଏହା ଉପରେ କ୍ଲିକ୍ କରିବେ, ଆପଣଙ୍କ ସାମ୍ନାରେ ଏକ ନୂଆ ଓିଣ୍ଡୋ ଓପନ ହୋଇଯିବ । ଏଠାରେ ଆପଣଙ୍କୁ ୧୦୦ ସେକେଣ୍ଡ ଭିତରେ ୧୦ଟି ପ୍ରଶ୍ନର ଜବାବ ଦେବାକୁ ହେବ । ଏହି ପ୍ରଶ୍ନ ବାପୁଙ୍କ ଜୀବନୀ ଏବଂ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟାବଳୀ ଉପରେ ପର୍ଯ୍ୟବେଶିତ । ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଆପଣ ଚାହିଁଲେ କଠିନ ପ୍ରଶ୍ନକୁ କ୍ଲିପ ମଧ୍ୟ କରିପାରିବେ । ହେଲେ ଏସବୁ ଭିତରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣ ସମୟ ଥାଉ ଥାଉ ସବୁ ପ୍ରଶ୍ନର ଉତର ଦେବାକୁ ।

ଏହି କ୍ୱିଜ୍ ପ୍ରତିଯୋଗୀତା ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ହେଉଛି । ଏଭଳି ପରିସ୍ଥିତିରେ ହିନ୍ଦୀ ଏବଂ ଇଂରାଜୀ କ୍ୱିଜ ପାଇଁ ଯେଉଁ ପୁରସ୍କାର ରାଶି ମିଳିବ ତାହା ଦୁଇଟି ଯାକ ପାଇଁ ଭିନ୍ନ ଭିନ୍ନ ହେବ । ଯଦି ଆପଣ ଦୁଇଟାରେ ଭାଗ ନିଅନ୍ତି ଏବଂ ଜିତି ଯାଆନ୍ତି ତେବେ ଆପଣଙ୍କୁ ଏଥି ମଧ୍ୟରୁ କୌଣସି ଗୋଟିଏ ପାଇଁ ହିଁ ପୁରସ୍କାର ମିଳିବ ।