ବେକାର ଯିବନି ଅଚଳ ମୋବାଇଲ୍ ! କରିପାରିବେ ପୁଣି ଥରେ ବ୍ୟବହାର । ଜାଣନ୍ତୁ କିପରି

36

ଅଧିକାଂଶ ସମୟରେ ଆମେ ଆମର ପୁରୁଣା ମୋବାଇଲକୁ ଅଦରକାରୀ ମନେ କରି ଫିଙ୍ଗି ଦେଇଥାନ୍ତି ହେଲେ ଆପଣ ଜାଣିଛନ୍ତି କି ଯାହାକୁ ଆପଣ ଅଦରକାରୀ ଭାବି ଫିଙ୍ଗି ଦେଉଛନ୍ତି ତାହା କେତେ ଦାମି ହୋଇପାରେ । ଆପଣଙ୍କ ଘରେ ପଡିଥିବା ଆପଣଙ୍କର ପୁରୁଣା ଫୋନରୁ ସିସିଟିଭି କ୍ୟାମେରା ଠାରୁ ଆରମ୍ଭ କରି ଜିପିଏସ ପର୍ଯ୍ୟନ୍ତ ଅନେକ ମହଙ୍ଗା ଉପକରଣମାନ ତିଆରି କରିପାରିବେ । ତେଣୁ ଆଜି ଆମେ ଆପଣଙ୍କୁ କିପରି ପୁରୁଣା ଫୋନକୁ ଦାମୀ ଉପକରଣ କରିପାରିବେ ସେ ସଂପର୍କରେ ଜଣାଇବୁ, ଯାହା ଆପଣଙ୍କ କାମରେ ନିଶ୍ଚୟ ରୂପେ ଆସିପାରେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . .

ଆପଣ ଆପଣଙ୍କର ପୁରୁଣା ଫୋନକୁ ସିସିଟିଭି କ୍ୟାମେରା କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ IP Webcam ଏବଂ Tinycam monitorର ଆପକୁ ଡାଉନଲୋଡ କରିବାକୁ ପଡିବ । ସେହିପରି ମଧ୍ୟ ଘର ଏବଂ ଅଫିସରେ ଲାଗୁଥିବା ସିସିଟିଭି କ୍ୟାମେରା ବହୁତ ମହଙ୍ଗା ହୋଇଥାଏ, ଏଭଳି ପରିସ୍ଥିତିରେ ଆପଣ ପୁରୁଣା ଫୋନକୁ ସିସିଟିଭି କ୍ୟାମେରା କରି ଟଙ୍କା ସଂଚୟ କରିପାରିବେ ।

ଆପଣ ଆପଣଙ୍କର ପୁରୁଣା ଫୋନକୁ ଜିପିଏସ କରିପାରିବେ । ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଗୁଗଲ ମ୍ୟାକ୍ସ ଏବଂ HERE WeGo  ଭଳି ଆପକୁ ଡାଉନ ଲୋଡ କରିବାକୁ ପଡିବ ।

ଅନେକ ସମୟରେ ଆମ ଘରେ ଫ୍ୟାମିଲି ଏବଂ ବନ୍ଧୁମାନଙ୍କ ସହିତ ଗ୍ରୁପ ଫଟୋଗ୍ରାଫ କରିଥାନ୍ତି । ଏଥିପାଇଁ ଆପଣଙ୍କୁ ଡିଜିଟାଲ ଫଟୋ ଫ୍ରେମ ଆପ ଡାଉନଲୋଡ କରିବାକୁ ପଡିବ । ଯେଉଁଥିରେ ଆପଣଙ୍କର ଫୋନରେ ଡିଜିଟାଲ ଫଟୋ ଫ୍ରେମ ତିଆରି ହୋଇପାରିବ ଏବଂ ଆପଣଙ୍କର ଫ୍ୟାମିଲି ଫଟୋଗ୍ରାଫ ମଧ୍ୟ ସହଜରେ ସ୍ଲାଇଡ ସୋରେ ଚାଲିପାରିବ । ସେହିପରି ଆପଣ ଆପଣଙ୍କର ପୁରୁଣା ସ୍ମାର୍ଟଫୋନକୁ ଟିଭିର ରିମୋଟ୍ ମଧ୍ୟ କରିପାରିବେ ।