ମିଳୁନାହିଁ କି ପେନସନ ? ଜାଣନ୍ତୁ ଏନେଇ କେଉଁଠି ଓ କିଭଳି କରିବେ ଅଭିଯୋଗ

47

ଯଦି ବାରମ୍ବାର ଅଭିଯୋଗ କରିବା ସତ୍ୱେ ବି ଉଭୟ ବ୍ୟାଙ୍କ କିମ୍ବା ସରକାରୀ ବିଭାଗ ତରଫରୁ ପେନସନ ସହ ଜଡିତ ସମସ୍ୟା ଉପରେ କୌଣସି ବି ଉତର ମିଳିପାରୁନାହିଁ ତେବେ ଆପଣ ଆପଣଙ୍କର ଅଭିଯୋଗ ଏହି ପୋର୍ଟାଲରେ ଦାଖଲ କରିପାରିବେ ।

ଦେଶରେ ପାଖାପାଖି ୫.୮ କୋଟି ବରିଷ୍ଠ ନାଗିରକଙ୍କୁ ପେନସନ ତଥା ଅନ୍ୟ ପ୍ରକାରର ସହାୟତା ମିଳିନଥାଏ । ଯାହାର ସୂଚନା ସିଭିଲ ସୋସାଇଟି ସଂଗଠନ ପେନସନ ପରିଷଦ ଏକ ରିପୋର୍ଟରେ କୁହାଯାଇଛି । ଯଦି ଆପଣ କେନ୍ଦ୍ରୀୟ କର୍ମଚାରୀ ହୋଇ ବି ପେନସନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡୁଛି । ତେବେ ଏହି ଖବର ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ଯଦି ଆପଣ ଲଗାତର ଅଭିଯୋଗ କରିବା ପରେ ବି ବ୍ୟାଙ୍କ କିମ୍ବା ସରକାରୀ ବିଭାଗ ପକ୍ଷରୁ କୌଣସି ଜବାବ ମିଳୁନି ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ଅଭିଯୋଗ ଏହି ପୋର୍ଟାଲରେ କରିପାରିିବେ ।

ଏହି ପୋର୍ଟାଲ ପେନସନ ପାଉଥିବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗକୁ ସମ୍ବନ୍ଧିତ ବିଭାଗ ପର୍ଯ୍ୟନ୍ତ ପହଂଚାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ଯଦି କୌଣସି ପେନସନଧାରୀଙ୍କୁ ସନ୍ତୋଷଜନକ ଉତର ନମିଳେ କିମ୍ବା ତାଙ୍କୁ ପେନସନ ସମ୍ବନ୍ଧିତ ସମସ୍ୟା ପାଇଁ କେଉଁଠିକୁ ଯିବେ ତାହା ଜଣା ନାହିଁ ତେବେ ଏହି ପୋର୍ଟାଲ ଏଭଳି ଲୋକଙ୍କ କାମରେ ବହୁତ ଆସିବ । ପୋର୍ଟାଲରେ ଅଭିଯୋଗ କରିବା ପାଇଁ ନିଜ ପାଖରେ ପେନସନ ପେମେଂଟ ଅର୍ଡର ତଥା ପିପିଓ ନମ୍ବର ନିଶ୍ଚୟ ରଖନ୍ତୁ, ଯାହାଦ୍ୱାରା ସରକାରଙ୍କ ତରଫରୁ ଶୀଘ୍ର ଉତର ମିଳିପାରିବ । ତେବେ ଆସନ୍ତୁ ଜାଣିବା ପୂରା ତରିକା

ସର୍ବପ୍ରଥମେ www.pensionersportal.gov.in ଏବଂ CPENGRAMSଉପରେ କ୍ଲିକ୍ କରନ୍ତୁ ।

ଏହାପରେ ଏଠାରେ ଇତ୍ପିଭିଜ୍ୟୁଆଲ ପେନସନ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଲଜ୍ ଏ କପ୍ଲେଂଟ ଅପସନକୁ ଯାଆନ୍ତୁ ।

ଏହାପରେ ଏଠାରେ ଏକ ନୂଆ ଟ୍ୟାବ ଖୋଲିବ । ଏହି ପୋର୍ଟାଲ ଉପରେ ଆପଣ ନିଜର ଅଭିଯୋଗ କରିପାରିବେ । ଏଥିସହିତ ହିଁ ଏଠାରୁ ଆପଣ ରିମାଇଣ୍ଡର ମଧ୍ୟ ପଠାଇପାରିବେ । ଯଦି ନିର୍ଧାରିତ ଅବଧି ଭିତରେ ଆପଣଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନ ଯାଏ ତେବେ ଆପଣ ଆପଣଙ୍କର ଅଭିଯୋଗର ପ୍ରୋସେସିଂର ଷ୍ଟାଟସକୁ ବି ଦେଖିପାରିବେ ।

ଅଭିଯୋଗ ଦାଖଲ କରିବା ପାଇଁ ଲୋଡ ଇୟୋର ଗ୍ରିଭାସେନ୍ସର ବିକଳ୍ପ ଉପରେ କ୍ଲିକ୍ କରିପାରିବେ । ଏହାପରେ ଏଠାରେ ଏକ ନୂଆ ଟ୍ୟାବ ଖୋଲିବ ଏବଂ ଆପଣଙ୍କ ସାମ୍ନାରେ ଗ୍ରିଭାନ୍ସ ରେଜିଷ୍ଟେସନ ଫର୍ମ ଚାଲିଆସିବ । ଏହି ଫର୍ମରେ ବିକଳ୍ପ ଆଗରେ(*) ଏବଂ(#)  ଭଳି ଚିହ୍ନ ବ୍ୟବହାର କରିବେ । ଯାହାର ଆଗରେ (*)ଲଗାଯାଇଥିବ ତାକୁ ଭରିବା ବାଧ୍ୟତାମୂଳକ ଅଟେ । ଯେବେକି (#)  ବାଲା ବିକଳ୍ପ ଏଥିପାଇଁ ଭରିବା ଦରକାର , ଯାହାଦ୍ୱାରା ଆପଣଙ୍କର ଅଭିଯୋଗର ଶୀଘ୍ର ସମାଧାନ ହୋଇପାରିବ ।

ଏହି ଫର୍ମରେ ଆପଣଙ୍କୁ ଉଭୟ ପେନସନ ଏବଂ ଅଭିଯୋଗ ସମ୍ବନ୍ଧିତ ମନ୍ତ୍ରାଳୟ ବା ବିଭାଗ ସଂପର୍କରେ ପ୍ରଶ୍ନ କରାଯିବ । ଯଦି ବିଭାଗର ନାଁ ଲିଷ୍ଟରେ ନାହିଁ ତେବେ ପୋର୍ଟାଲରୁ ‘Not Known/Not Listed’ ର ବିକଳ୍ପକୁ ଚୟନ କରନ୍ତୁ । ଯଦି ପେନସନଧାରୀଙ୍କୁ ଅଭିଯୋଗ କରିବାରେ କୌଣସି ଅସୁବିଧା ଆସେ ତେବେ ସେ ନିଜ ସ୍ଥାନରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ୱାରା ବି ଅଭିଯୋଗ ଫାଇଲ କରିପାରିବେ ।

ଫର୍ମରେ ସମସ୍ତ ତଥ୍ୟ ସଠିତ୍ ଭରିବା ପରେ କାପଚା କୋଡ ଭରନ୍ତୁ ଏବଂ ଏହାପରେ ଏହାକୁ ସବମିଟ କରିଦିଅନ୍ତୁ । ଅଭିଯୋଗ ରେଜିଷ୍ଟର କରିବା କ୍ଷଣି ହିଁ ଏକ କମ୍ଲାଂଟ ନମ୍ବର ଦିଆଯିବ । ଯାହାକୁ ଆପଣଙ୍କୁ ଆଗମୀ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ଭାଳି ରଖିବାକୁ ହେବ ।

ଯଦି ଫର୍ମରେ ଆପଣ ଆପଣଙ୍କର ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଲେଖିଥିବେ । ତେବେ କମ୍ଲେଂଟ ରେଜିଷ୍ଟେସନ ନମ୍ବର ଏସଏମଏସ ଏବଂ ଇମେଲ ଜରିଆରେ ବି ପଠାଯିବ । ଏଥିପାଇଁ ଚେଷ୍ଟା କରିବେ କି ନିଜ ଠିକଣା ବ୍ୟତୀତ ଅନ୍ୟ ସଂପର୍କରେ ସୂଚନାର ବି ଫର୍ମରେ ଉଲ୍ଲେଖ କରନ୍ତୁ । ଅଭିଯୋଗର ସମାଧାନ ହେବା ପରେ ଆପଣଙ୍କୁ ଏସଏମଏସ ଜରିଆରେ ସୂଚିତ କରିଦିଆଯିବ ।