ନୂଆ ନିୟମ: ଏଣିକି ସିନେମା ଦେଖିବା ପାଇଁ କିଣିବାକୁ ହେବ ଇ-ଟିକେଟ୍, ଜାଣନ୍ତୁ ଜିଏସଟି କାଉଂସିଲର କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସଂପର୍କରେ

179

ବସ୍ତୁ ଏବଂ ସେବା କର ତଥା ଜିଏସଟି ପରିଷଦର ବୈଠକ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବାର୍ଷିକ ରିଟର୍ଣ୍ଣ ଭରିବାର ଅବଧିକୁ ୨ ମାସ କାଳ ବୃଦ୍ଧି କରାଯିବା ସହ ଜିଏସଟି ପାଇଁ ପଂଜିକରଣକୁ ବି ସରଳ କରିବା ପାଇଁ ନିଷ୍ପତି ନିଆଯାଇଛି । ଏବେ କେବଳ ଆଧାର ନମ୍ବରରୁ ହିଁ ଜିଏସଟି ପଂଜିକରଣ ହେବ । ଏହାଛଡା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବି ଏହି ବୈଠକରେ ନିଆଯାଇଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ

• National Anti-Profit Organizationର କାର୍ଯ୍ୟକାଳ ଅଧିକ ଦୁଇ ବର୍ଷ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । ଏହାର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେଉଛି ।

• ସେହିଭଳି ଲାଭଖୋର କଂପାନୀଗୁଡିକ ଉପରେ ଲାଗୁ କରାଯାଉଥିବା ଜରିମାନାକୁ ବି କଡାକଡି କରାଯାଇଛି । ବର୍ତ୍ତମାନ ଲାଭଖୋର ରାଶିକୁ ଏବେ ୩୦ ଦିନ ମଧ୍ୟରେ ଜମା ନକରିଲେ ଲାଭଖୋର ରାଶିର ୧୦ ପ୍ରତିଶତ ଅତିରିକ୍ତ ଜମା କରିବାକୁ ହେବ । ଜିଏସଟି ପାଇଁ ବାର୍ଷିକ ରିଟର୍ଣ୍ଣ ଭରିବାର ଅବଧି ୩୦ ଜୁନ ରହିଛି ଏପରିକି ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଶୁକ୍ରବାର ସରୁଥିଲା । ହେଲେ ଇୱେ ବିଲ ପ୍ରାଣାଳୀରେ କିଛି ତ୍ରୁଟି ଯୋଗୁଁ ଏହାର ସମୟ ସୀମାକୁ ବି ଦୁଇ ମାସ କାଳ ବଦ୍ଧିତ କରିଦିଆଯାଇଛିା

• ଜିଏସଟି ପାଇଁ ପଂଜିକରଣକୁ ସରଳ କରିଦିଆଯାଇଛି । ଏଥିପାଇଁ ପ୍ରଥମେ ଅନେକ ଦସ୍ତାବିଜର ଆବଶ୍ୟକତା ପଢୁଥିଲା ହେଲେ ଏବେ କେବଳ ଆଧାର ନମ୍ବରରୁ ହିଁ ଏହି କାମ ହୋଇଯିବ ଏବଂ ତାକୁ ଆଧାର କରି ଅନଲାଇନ ପଂଜିକରଣ ମଧ୍ୟ ହୋଇଯିବ ।

• ଏଣିକି ମଲ୍ଟିପ୍ଲେକ୍ସକୁ ମଧ୍ୟ ଇଲେକ୍ଟ୍ରୋନିକ୍ ଟିକେଟ ଜାରି କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହାଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ ।

• ଦେଶରେ ଇଲେକ୍ଟ୍ରୋନିକ ଗାଡିଗୁଡିକୁ ପ୍ରାଥମିକତା ଦେବା ପାଇଁ ଏହା ଉପରେ ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦିଆଯାଇଛି ଏବଂ ଇଲେକ୍ଟ୍ରୋନିକ୍ ଗାଡି ଚାର୍ଜିଂ ଉପରେ ଲଗାଯାଉଥିବା କରକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ମାମଲାକୁ ବର୍ତ୍ତମାନ ଫିଟମେଂଟ କମିଟିକୁ ପଠାଯାଇଛି ଏବଂ କିମିଟିର ରିପୋର୍ଟ ଆସିବା ପରେ ଆଗାମୀ ବୈଠକରେ ଏହା ଉପରେ ମୋହର ବାଜିବ ।