ଚେନ୍ନାଇରେ ଭୀଷଣ ଜଳସଙ୍କଟ ! ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ପ୍ରତିଦିନ ପାଣି ପହଞ୍ଚାଇବ ସ୍ପେଶାଲ୍ ଟ୍ରେନ୍ ।

183

ପାଣିର ଅଭାବ ଯୋଗୁଁ ଚେନ୍ନାଇରେ ଭୀଷଣ ଜଳସଙ୍କଟ ଦେଖାଦେଇଛି । ଏବେ ଏହି ଜଳସଙ୍କଟ ସହ ଲଢୁଥିବା ଲଢେଇ କରୁଥିବା ତାମିଲନାଡୁ ଲୋକଙ୍କୁ ଜଳ ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ତାମିଲନାଡୁ ସରକାର । ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ କହିଛନ୍ତି ବେଲ୍ଲୋର ଜିଲ୍ଲାର ଜୋଲାରପେଟ୍ ରୁ ବିଶେଷ ଟ୍ରେନ୍ ଜରିଆରେ ପ୍ରତିଦିନ ୧ କୋଟି ଲିଟର ପାଣି ଚେନ୍ନାଇ ପଠାଯିବ । ଆଗାମୀ ୬ ମାସ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚାଲୁରହିବ । ଟ୍ରେନ୍ ରେ ପାଣି ନେବା ପାଇଁ ରାଜ୍ୟ ସରକାର ୬୫ କୋଟି ଟଙ୍କା ନିର୍ଣ୍ଣୟ କରିଛନ୍ତି ।

ଏହାଛଡା ଚେନ୍ନାଇ ଜଳପୂର୍ତ୍ତି ଏବଂ ସିବେଜ୍ ବୋର୍ଡକୁ ଜଳ ସଂକଟରୁ ମୁକାବିଲା କରିବା ପାଇଁ ୧୫୮.୪୨ ଟଙ୍କା ଦିଆଯାଇଛି । ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ କହିଛନ୍ତି ତାମିଲନାଡୁ ଜଳପୂର୍ତ୍ତି ବୋର୍ଡ ସମେତ ଅନ୍ୟ ଏଜେନ୍ସି ୧୦୮.୩୨ କୋଟି ଟଙ୍କା ଜଳ ସଂକଟରୁ ମୁକାବିଲା କରିବା ପାଇଁ ଦିଆଯାଇଛି ।

ପୁନ୍ଦି,ଚେମ୍ବରବକ୍କମ୍ ,ସୋଲାବରମ୍ ଏବଂ ରେଡ୍ ହିଲ୍ସ ସ୍ଥିତ ଜଳାଶୟ ଶୁଖିବା କାରଣରୁ ଚେନ୍ନାଇରେ ପାଣି ମିଳିବା କଷ୍ଟକର ହୋଇପଡିଛି । ପ୍ରତିଦିନ ୫୨.୫ କୋଟି ଲିଟର ପାଣି ଚେନ୍ନାଇକୁ ଦିଆଯାଉଛି । ଏହାଛଡା ପ୍ରତିଦିନ ୮୦୦ ଟ୍ୟାଙ୍କର ପ୍ରଭାବିତ କ୍ଷେତ୍ରକୁ ଯିବ । କୁଡ୍ଡାଲୋର ଜିଲ୍ଲାର ବିରଣମ୍ ଦ୍ରଦରେ ପାଣି ଚେନ୍ନାଇ ପହଞ୍ଚାଯାଉଛି ।