ଯେତେବେଳେ ଟ୍ରାଫିକ୍ ନିୟମର ଖୋଲାଖୋଲି ଉଲ୍ଲଘଂନ ପ୍ରସଙ୍ଗ ଉଠେ, ସେତେବେଳେ ଶୀର୍ଷ ସ୍ଥାନ ଅଳଙ୍କୃତ କରିଥାଏ ଆମ ଦେଶ ତଥା ଭାରତ । ଏହାର ଏକ ସଦ୍ୟ ଉଦାହରଣ ହେଉଛି ନିକଟରେ ଆସିଥିବା ଏକ ସର୍ଭେ ରିପୋର୍ଟ । ଯେଉଁଥିରେ ଭାରତର ରାଜଧାନୀ ଦିଲ୍ଲୀ ଭଳି ସହରରେ ନଭେମ୍ବର, ୨୦୧୮ ସୁଦ୍ଧା ପାଖାପାଖି ୩,୬୪,୬୨୫ ଚାଲାଣ କଟାଯାଇସାରିଛି । ସେହିପରି ଭୁବନେଶ୍ୱରରେ ବିଗତ ୪୦ ଦିନ ଭିତରେ କମିସନରେଟ୍ ପୁଲିସ କେବଳ ଭୁବନେଶ୍ବରରୁ ୨୦ ଲକ୍ଷ ୬୧ ହଜାର ୭ଶହ ଟଙ୍କା ଜରିମାନା ଆଦାୟ କରିଛି । ହେଲେ ଏଣିକି ଆଉ ଏଭଳି ଚଳିବ ନାହିଁ । ବିଶେଷ କରି ଟ୍ରାଫିକ୍ ନିୟମ ଭାଙ୍ଗିବା ପୂର୍ବରୁ ଏବେ ଆପଣଙ୍କୁ ହଜାର ଥର ଭାବିବାକୁ ପଡିବ । କାହିକିଁ ନା ପୂର୍ବପେକ୍ଷା ଟ୍ରାଫିକ୍ ନିୟମକୁ ଆହୁରୀ କଡାକଡି କରିଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଅହମଦାବାଦ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ଯଦି ଡ୍ରାଇଭର ରଙ୍ଗ ସାଇଡ୍ ଡ୍ରାଇଭିଂ (ଦୁଇ ଥର)କରୁବାର ଧରାପଡନ୍ତି ତେବେ ତାଙ୍କୁ ବ୍ଲାକ୍ ଲିଷ୍ଟ କରିଦିଆଯିବ । ଯାହାଦ୍ୱାରା ସେ କେବେବି ଆଉ ରାଜରାସ୍ତାରେ ଗାଡି ଚଳାଇପାରିବେ ନାହିଁ ।
ନୂଆ ନିୟମ ଅନୁସାରେ, ଯଦି କୌଣସି ଗାଡି ଚାଳକ ରଙ୍ଗ ସାଇଡ(ଭୁଲ ପାର୍ଶ୍ୱ)ରେ ଡ୍ରାଇଭିଂ କରୁଥିବାର ଧରା ପଡନ୍ତି ତେବେ ପ୍ରଥମ ଥର ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କେବଳ ଏଫଆଇଆର ଦାଖଲ ହେବ ଏବଂ ଗାଡିର କାଗଜପତ୍ରକୁ ସ୍ଥାନୀୟ ଆରଟିଓକୁ ପଠାଇଦିଆଯିବ । ଏଥିସହିତ ହିଁ ଚାଳକଙ୍କର ଡିଏଲକୁ ବି ୩ରୁ ୬ ମାସ ପାଇଁ ସସପେଣ୍ଡ କରିଦିଆଯିବ ।କିନ୍ତୁ ଯଦି ଚାଳକ ପୁଣି ଥରେ ସେଭଳି ଭୁଲ କରୁଥିବାର ନଜର ଆସନ୍ତି, ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସବୁଦିନ ପାଇଁ ରଦ୍ଦ କରିଦିଆଯିବ ।
ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ଅହମଦାବାଦରେ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ୫ଥର କ୍ଷମା ମିଳୁଥିଲା, ଯେବେକି ଏହି ନୂଆ ନିୟମ ଅନୁସାରେ, ମାତ୍ର ଦୁଇ ଥର ନିୟମ ଉଲ୍ଲଘଂନ କରିଥିବାର ଜଣା ପଡିବା କ୍ଷଣି ହିଁ ତୁରନ୍ତ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସକୁ ସବୁଦିନ ପାଇଁ ରଦ୍ଦ କରିଦିଆଯିବ ।