ଆଧାର ଲିଙ୍କ୍ କରି ନଥିବା ଲୋକଙ୍କ ପାଇଁ ଖୁସି ଖବର । ଜୁଲାଇ ୧ ପରେ ପାନ୍ ହେବନାହିଁ ଅଚଳ
ଯଦି ଆପଣ ପାନ କାର୍ଡ ନମ୍ବର ସହିତ ଆଧାର ନମ୍ବରକୁ ସଂଯୋଗ କରିନାହାଁନ୍ତି ତେବେ ବର୍ତ୍ତମାନ ଆପଣଙ୍କ ପାନ୍ କାର୍ଡ ରଦ୍ଦ ହେବ ନାହିଁ କିନ୍ତୁ ଏହାଦ୍ୱାରା ଜୁଲାଇରୁ ଆପଣ ଇନକମ୍ ଟ୍ୟାକ୍ସ ରିଟର୍ନ ଭରି ପାରିବେ ନାହିଁ । କାରଣ ପାନ୍ କାର୍ଡ ରଦ୍ଦ କରିବାର ଅଧିକାର ବର୍ତ୍ତମାନ ସିବିଡିଟିଙ୍କୁ ହସ୍ତାନ୍ତର କରିଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ସମ୍ବନ୍ଧରେ ସିବିଡିଟିର ଜଣେ ଉଚ୍ଚ ପ୍ରଦସ୍ଥ ଅଧିକାରୀଙ୍କ କହିବା କଥା ହେଲା, ଏନେଇ ସେମାନେ ବର୍ତ୍ତମାନ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ସିବିଡିଟି ଚାହୁଁଛି କି ପାନ୍ ସହ ଆଧାର ନମ୍ବରକୁ ସଂଯୋଗ କରିବା ପାଇଁ ସମୟସୀମା ନିର୍ଦ୍ଧାରଣ କରିଯାଉ ଏବଂ ଉକ୍ତ ସମୟସୀମା ଶେଷ ପରେ ଯଦି କେହି ଲିଙ୍କ୍ ନ କରନ୍ତି ତେବେ ସେମାନଙ୍କ ପାନ୍ କାର୍ଡକୁ ଅବୈଧ ଘୋଷିତ କରିଦିଆଯିବ । ଆଉ ଥରେ ଯଦି ପାନ୍ କାର୍ଡ ଅବୈଧ ଘୋଷିତ କରିଦିଆଯାଏ ତେବେ ଏହାର ସିଧା ପ୍ରଭାବ ଅର୍ଥନୈତିକ କାରବାର ଉପରେ ପଡିବ ।
ପୂର୍ବରୁ ସରକାର ନୁଆ ଅଧିସୂଚନା ଜାରି କରି ୧ ଜୁଲାଇରୁ କରଦାତାଙ୍କର ବର୍ତ୍ତମାନର ଆଧାର ନମ୍ବରକୁ ସ୍ଥାୟୀ ଖାତା ସଂଖ୍ୟା ବା ପାନ୍ ନମ୍ବର ସହିତ ସଂଯୋଗ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଆୟକର ନିୟମରେ ସଂଶୋଧନ ଏବଂ ଅଧିସୂଚିତ କରିବାକୁ ଯାଇ ସରକାର ପାନ୍ କାର୍ଡ ପାଇଁ ଆବେଦନ କରିବା ସମୟରେ ୧୨ ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ କିମ୍ବା ନାମାଙ୍କନ ଆଇଡି ଦେବା ପାଇଁ ବାଧ୍ୟତାମୂଳକ କରିଛନ୍ତି । ତେବେ ଏଠାରେ ଆମେ କହିରଖୁଛୁ କି ଏହି ଖବର ମୁତାବକ ଲୋକଙ୍କୁ ଯଦିଓ କିଛି ପରିମାଣରେ ଆସ୍ୱସ୍ତି ମିଳିଥାଇପାରେ କିନ୍ତୁ ପାନକୁ ଆଧାର ସହ ଲିଙ୍କ ହେବା ନେଇ ନିଷ୍ପତି ବାଧ୍ୟତାମୂଳକ ଅଟେ ।
ସୌଜନ୍ୟ: ସ୍ପେଶାଲ୍ କଭରେଜ୍ ନ୍ୟୁଜ୍
ଏହା ସହ ମଧ୍ୟ ପଢନ୍ତୁ-ଏହା ସହ ମଧ୍ୟ ପଢନ୍ତୁ-ମୋବାଇଲ ପାଇଁ ଯାଇପାରନ୍ତି ଜେଲ୍ ! ଏଣିକି ଫୋନର ଆଇଏମଇଆଇ ନମ୍ବରର ଅପବ୍ୟବହାର ହେବ ଏକ ବଡ ଅପରାଧ