ଇସ୍ତଫା ଦେଇନାହାନ୍ତି ସୌରଭ ଗାଙ୍ଗୁଲି। ସ୍ପଷ୍ଟ କଲେ ବିସିସିଆଇ ସମ୍ପାଦକ ଜୟ ଶାହା । 

222

କନକ ବ୍ୟୁରୋ: ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇନାହାନ୍ତି ସୌରଭ ଗାଙ୍ଗୁଲି । ଏନେଇ ସମ୍ପାଦକ ଜୟ ଶାହା ସ୍ପଷ୍ଟ କରିଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇକୁ ସେ ସୂଚନା ଦେଇଛନ୍ତି ଯେ ଗାଙ୍ଗୁଲି ଏଯାଏ ଇସ୍ତଫା ଦେଇନାହାନ୍ତି ।

ଗାଙ୍ଗୁଲିଙ୍କ ଟୁଇଟ ପରେ ସେ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା କୁହାଯାଇଥିଲା । ସେ ରାଜନୀତିରେ ଯୋଗଦେବା ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଜୟ ଶାହା ଏନଏନଆଇକୁ ସୂଚନା ଦେବା ପରେ ଏଥିରେ ବର୍ତ୍ତମାନ ପାଇଁ ଏହି ଚର୍ଚ୍ଚାରେ ବିରାମ ଲାଗିଛି ।

କିଛି ସମୟ ପୂର୍ବରୁ ଟ୍ୱିଟ୍ କରି ସୌରଭ ଲେଖିଛନ୍ତି ମୁଁ ଆଜି କିଛି ଆରମ୍ଭ କରିବା ପାଇଁ ଯୋଜନା ରଖିଛି । ମୋତେ ଏହା ଲାଗୁଛି ଏହା ଅନେକ ଲୋକଙ୍କୁ ସାହାର୍ଯ୍ୟ କରିପାରିବ । ମୋତେ ଆଶା ରହିଛି ମୋର ଏହି ଜୀବନରେ ପ୍ରବେଶରେ ଆପଣ ମୋତେ ସମର୍ଥନ ଜାରିରଖିବେ ।