ରାଜନୀତିରୁ ସନ୍ୟାସ ନେବେ ସୋନିଆ ! ପ୍ରିୟଙ୍କାକୁ ଆସନ ଛାଡିବା ନେଇ ଚର୍ଚ୍ଚା

226

କନକ ବ୍ୟୁରୋ : ରାଜନୀତିରୁ ସନ୍ୟାସ ନେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଛତିଶଗଡ଼ ରାୟପୁରରେ ଚାଲିଥିବା କଂଗ୍ରେସର ୮୫ ତମ କାର୍ଯ୍ୟକାରିଣୀ ବୈଠକରେ ଏଭଳି ଆଭାଷ ଦେଇଛନ୍ତି ସୋନିଆ ଗାନ୍ଧୀ । ସେ କହିଛନ୍ତି, କଂଗ୍ରେସର ଭାରତ ଯୋଡ ଯାତ୍ରାରେ ତାଙ୍କ ରାଜନୈତିକ ଇନିସ୍ ଶେଷ ହୋଇଛି, ଯାହା ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ୧୫ ହଜାର ସଦସ୍ୟଙ୍କୁ ଉଦଦୋବଧନ ଦେଇ ସୋନି÷ଆ କହିଛନ୍ତି, ତାଙ୍କ ଜୀବନରେ ଭାରତ ଯୋଡ ଯାତ୍ରା ତାଙ୍କୁ ସବୁଠୁ ଅଧିକ ସନ୍ତୁଷ୍ଟ ପ୍ରଦାନ କରିଛି । ଯାତ୍ରାରେ ଲୋକମାନଙ୍କ ସହ ଆଲୋଚନା ଦଳକୁ ଅଧିକ ସଶକ୍ତ କରିଛି । ଏହା ଦର୍ଶାଇଛି ଯେ କଂଗ୍ରେସ ଲୋକମାନଙ୍କ ସହ ଅଛି ଏବଂ ଲଢିବା ପାଇଁ ପୁରା ପସ୍ତୁତ ରହିଛି ।

ରାଜନୀତିରୁ ଅବସର ନେଇ ସୋନିଆ ଆଭାସ ଦେବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ସୋନିଆ କହିଛନ୍ତି, ଦେଶ ଏବଂ କଂଗ୍ରେସ ପାଇଁ ଏବେ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଦେଶର ସ୍ୱତନ୍ତ୍ର ସଂସ୍ଥାଗୁଡିକୁ ବିଜେପି-ଆରଏସଏସ ଅକ୍ତିଆର କରିନେଇଛନ୍ତି । କିଛି ଶିଳ୍ପପତିଙ୍କୁ ସମର୍ଥନ ଯୋଗୁ ଦେଶର ଅର୍ଥନୀତି ଧ୍ୱଂସ ହେବାରେ ଲାଗିଛି । ସଂଖ୍ୟାଲଘୁ, ମହିଳା, ଦଳିତ, ଆଦିବାସୀଙ୍କୁ ଟାର୍ଗେଟ କରି ଘୃଣା ସୃଷ୍ଟି କରି ନିର୍ବାଚନ ଜିତୁଛି ବିଜେପି । ସ୍ୱାମୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ରଖିଥିବା ସୋନିଆଙ୍କ ଭୁମିକା କଂଗ୍ରେସରେ ଅତୁଳନୀୟ । ୨୫ ବର୍ଷର ରାଜନୈତିକ ଜୀବନ ବିତାଇଥିବା ସୋନିଆ କହିଛନ୍ତି, କଂଗ୍ରେସ କେବଳ ଏକ ଦଳ ନୁହେଁ, ଏହା ହେଉଛି ଏକ ଗାଡି ଯେଉଁଥିରେ ଭାରତର ଲୋକମାନେ ସମ୍ମାନ, ନ୍ୟାୟ, ସ୍ୱତନ୍ତ୍ରତା, ଭାଇଚାରା ପାଇଁ ଲଢେଇ ଜାରି ରଖିଛନ୍ତି ।