ସ୍ୱାର୍ଥପର ସମାଜ ପାଇଁ ବଡ଼ ଉଦାହରଣ : ୪୫ ଏଚଆଇଭି ପଜିଟିଭ୍ ପିଲାଙ୍କୁ ପୋଷ୍ୟ ଗ୍ରହଣ କଲେ ଚେନ୍ନାଇର ସୋଲୋମନ୍

169

ସ୍ୱାର୍ଥପର ସମାଜରେ ନିସ୍ୱାର୍ଥପର ମଣିଷ ଚେନ୍ନାଇର ସୋଲୋମନ୍ । ଆଜିକା ସମୟରେ ନିଜ ଲୋକଙ୍କ ପାଇଁ ସମୟ ନଥିବା ବେଳେ କିଛି ଲୋକ ସମାଜ ପାଇଁ ନୂଆ ଉଦାହରଣ ସୃଷ୍ଟି କରନ୍ତି । ସେହି ଲୋକଙ୍କ ମଧ୍ୟରେ ଜଣେ ହେଲେ ସୋଲୋମନ୍ । ୪୫ ଜଣ ଏଚଆଇଭି ପିଲାଙ୍କୁ ସେ ପୋଷ୍ୟ ଗ୍ରହଣ କରିଛନ୍ତି । ଅନାଥ ପିଲାଙ୍କୁ ଦେଖିଲେ ଲୋକେ ମୁହଁ ଫେରାଇ ନିଅନ୍ତି । ସ୍ୱାର୍ଥପର ସମାଜରେ ମୁଣ୍ଡ ଟେକି ଚାଲିବା ତ ଦୂରରେ ଥାଉ, ଦୁଇ ଓଳି ଦୁଇ ମୁଠାଏ ଖାଇବା ଲାଗି ନାନା ସଙ୍ଘର୍ଷ କରନ୍ତି ଏପରି ପିଲା । ଏପରିସ୍ଥଳେ ଏଚଆଇଭି ପଜିଟିଭ ପିଲାଙ୍କୁ ଆପଣାଇବା ବହୁତ ବଡ଼ କଥା ନିଶ୍ଚୟ । ଏହି ପିଲାମାନେ ନିଜର ଭୁଲ ନଥାଇ ଦୋଷୀ ହୋଇଯାଆନ୍ତି ।

ଏଚଆଇଭି ପଜିଟିଭ ପିଲାଙ୍କୁ ଆପଣାଇଛନ୍ତି ତାମିଲନାଡୁର ଚେନ୍ନାଇରେ ରହୁଥିବା ସୋଲୋମନ ରାଜ । ବର୍ତ୍ତମାନ ସମୟରେ ଏଚଆଇଭି ପଜିଟିଭ ପିଲାମାନେ ବିନା ଦୋଷରେ ଦୁନିଆରେ ଅଲୋଡ଼ା ହୋଇପଡ଼ନ୍ତି । ଏକ ବିଂଶ ଶତାଦ୍ଦୀରେ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଏହି ପିଲାଙ୍କ ପ୍ରତି ଲୋକର ଭିନ୍ନ ମନୋଭାବ ଆସିଥାଏ । ତେବେଏଚଆଇଭି ପିଲାଙ୍କୁ ଆପଣାଇ ସୋଲୋମନ ପ୍ରମାଣିତ କରିଦେଇଛନ୍ତି ଏବେ ବି ମାନବିକତା ବଂଚିଛି । ଦୁନିଆରେ ଭଲ ହୃଦୟ ଥିବା ଲୋକ ଅଛନ୍ତି । ଯେଉଁ ପିଲାମାନଙ୍କୁ ସେ ସାହାଯ୍ୟର ହାତ ବଢ଼ାଇଛନ୍ତି ସେହି ପିଲାମାନଙ୍କୁ ତାଙ୍କ ପରିବାର ଲୋକ ଛାଡିଦେଇଥିଲେ । ପିଲାମାନେ ସୋଲୋମନଙ୍କ ସହ ରହୁଥିବାବେଳେ ତାଙ୍କୁ ପାପା ବୋଲି ଡାକିଥାନ୍ତି ।

ସୋଲୋମନ କୁହନ୍ତି ପିଲାମାନେ ପାପା ଡାକିଲେ ବହୁତ ଖୁସି ଲାଗେ । ସୋଲୋମନ ଚେନ୍ନାଇରେ ଗୋଟିଏ ସେଲଟର ହୋମ ଟ୍ରଷ୍ଟ କରିଛନ୍ତି । ପିଲାମାନଙ୍କୁ ସେଠାରେ ଶିକ୍ଷା,ସ୍ୱାସ୍ଥ୍ୟ,ନୃତ୍ୟ ଓ କମ୍ପ୍ୟୁଟର ଶିକ୍ଷା ଦିଆଯାଇଥାଏ । ସୋଲୋମନଙ୍କ ସେମାନଙ୍କୁ ଏଚଆଇଭି ହେବା ପଛରେ ତାଙ୍କର ନିଜ ଦୋଷ ନାହିଁ । ଅନ୍ୟର ଭୁଲ ଯୋଗୁଁ ସେମାନେ କାହିଁକି ଶାସ୍ତି ପାଇବେ । ସେଠାରେ ରହୁଥିବା ପିଲାମାନଙ୍କର ଆତ୍ମବିଶ୍ୱାସ ବହୁତ ଅଧିକ ଭବିଷ୍ୟତରେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଏହି ପିଲାମାନେ ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ସୋଲୋମନ ।