ବିଜେପିରେ ମିଶିଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ‘କାର ଖାନା’ର ଦୁଇ ଯାଆ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ ।

2,102

କନକ ବ୍ୟୁରୋ: ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦୁଇ ଯା’ । ଏବେ ରାମ ମନ୍ଦିର ନିକଟରେ କାର-ଖାନା ଖୋଲିଛନ୍ତି ଏହି ଦୁଇ ଯା’ । ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଆସି ଖାଦ୍ୟ ବିକ୍ରି କରୁଥିଲେ । ଦୁଇ ଯା’ଙ୍କ କାରରେ ଖାଦ୍ୟ ବିକ୍ରି କରିବାକୁ ନେଇ ବେଶ୍ ବିବାଦ ମଧ୍ୟ ହୋଇଥିଲା । ଏହି ଦୁଇ ଯା’ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ଏବେ ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି ।