ବୟସ୍କ ଭୋଟରଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ । କହିଲେ, ‘ଏଥର ପୋଷ୍ଟାଲ ଭୋଟିଂରେ କରିବେ ମତଦାନ’ ।

135

କନକ ବ୍ୟୁରୋ: ଭୋଟ ଫ୍ରମ ହୋମ୍ କାର୍ଯ୍ୟକ୍ରମ ମାଧ୍ୟମରେ ୮୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଚଳିତ ନିର୍ବାଚନରେ ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗମାନେ ପୋଷ୍ଟାଲ ଭୋଟିଂ ମାଧ୍ୟମରେ ନିଜର ମତ ସାବ୍ୟସ୍ତ କରିପାରିବେ । ଏନେଇ ଜାତୀୟ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ଯାହା ଫଳରେ ବୟୋଜ୍ୟେଷ୍ଠ ଓ ଦିବ୍ୟାଙ୍ଗଙ୍କୁ ମତଦାନ ପାଇଁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।

ଆଜି ୟୁନିଟ-୪ ସ୍ଥିତ ବ୍ରଜ ମୋହନଙ୍କ ଘରେ ଖୋର୍ଦ୍ଧା ଏଡିଏମ୍ ପହଞ୍ଚିିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଧନ୍ୟବାଦ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ପୂର୍ବରୁ ମତଦାନ ପାଇଁ ଭୋଟ କେନ୍ଦ୍ରକୁ ଯିବା ବେଳେ ଅନେକ ସମସ୍ୟାର ସାମ୍ନା କରୁଥିଲେ ବ୍ରଜ ମୋହନ । ଏବେ ପୋଷ୍ଟାଲ ଭୋଟିଂ ମାଧ୍ୟମରେ ମତଦାନ କରିବାର ସୁଯୋଗ ମିଳିଥିବାରୁ ସେ ଖୁସି ବ୍ୟକ୍ତି କରିଛନ୍ତି ।