ବେଗୁନିଆ ମାଟିରୁ ଲଢ଼ିବେ ପୃଥୀବଲ୍ଲଭ ପଟ୍ଟନାୟକ । କହିଲେ , ‘ ବେଗୁନିଆକୁ ପୁଣି ଫେରିବ ବାପାଙ୍କ ସମୟ’ ।

601

କନକ ବ୍ୟୁରୋ: ଦିନେ କଂଗ୍ରେସର ଗଡ ଥିବା ବେଗୁନିଆ ମାଟିରୁ ଲଢିବେ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଏଥର କଂଗ୍ରେସରୁ ଟିକେଟ୍ ପାଇବା ପରେ ଘରକୁ ଘର ଯାଇ ଲୋକଙ୍କୁ ଭେଟିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝୁଛନ୍ତି । ଏବଂ ସେଠାରେ ପୂର୍ବରୁ ତାଙ୍କ ବାପା ଜନକୀ ବଲ୍ଲଭ ପଟ୍ଟନାୟକ ଯେଉଁ ବିକାଶ ମୂଳକ କାମ କରିଛନ୍ତି ପୁଣି ବେଗୁନିଆକୁ ସେହି ସମୟ ଫେରିଆସିବ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ।

ପୃଥ୍ୱୀବଲ୍ଲଭ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ଦିନ ଅନ୍ତରରେ ହେଉ ପଛେ ଏବେବି ବେଗୁନିଆବାସୀଙ୍କ ମନରେ ତାଙ୍କ ବାପାଙ୍କ ପ୍ରତି ଶ୍ରଦ୍ଧା ଅଛି । ଜାନକୀବଲ୍ଲଭଙ୍କ ପୁଅ ହିସାବରେ ତାଙ୍କ ପ୍ରତି ମଧ୍ୟ ଅଞ୍ଚଳବାସୀଙ୍କ ଆଶୀର୍ବାଦ ରହିଛି । ବାପାଙ୍କ ପରି ସେ ମଧ୍ୟ ବେଗୁନିଆରେ ବିକାଶମୂଳକ କାମ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏବଂ ଏହାକୁ ନିଶ୍ଚୟ ପୂରଣ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୃଥ୍ୱୀବଲ୍ଲଭ ।