ମାଛ ଜାଲରେ ଫସିଗଲା ଅଜଗର : ସାକ୍ଷାଗୋପାଳରୁ ୯ ଫୁଟର ବର୍ମିଜ ପାଇଥନକୁ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ୍

72

କନକ ବ୍ୟୁରୋ : ମାଛ ଜାଲରେ ଅଜଗର । ପୁରୀ ସାକ୍ଷାଗୋପାଳରେ ପୋଡମ ସାହିରେ ମାଛ ଜାଲରେ ଏକ ବିରାଟ ଅଜଗର ପଡିଛି । କାଶୀନାଥ ବିଶ୍ୱାଳଙ୍କ ମାଛ ଜାଲରେ ୯ ଫୁଟ ଲମ୍ବର ବର୍ମିଜ ପାଇଥନ ପଡିଛି । ସ୍ନେକ ହେଲପ ଲାଇନ ସଦସ୍ୟ ଅଜଗରଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ସମୟରେ ଅଜଗରର ବେକରେ କ୍ଷତ ହୋଇଥିବାରୁ ଭୁବନେଶ୍ୱର ଓୟୁଏଟି ଅଣାଯାଇଛି । ଏଠାରେ ଅଜଗରର ଚିକିତ୍ସା କରାଯିବା ପରେ ଜଙ୍ଗଲରେ ଛଡାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି ।