ସୋଏବ ଅଖତରଙ୍କ ଚମକାଇଦେଲା ଭଳି ଖୋଲାସା , “ମୁଁ ଜାଣି ନଥିଲି ସଚ୍ଚିନ ତେନ୍ଦୁଲକର କିଏ”

173

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖରେ ଏସିଆ କପର ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଟି-୨୦ ଫର୍ମାଟରେ ଆୟୋଜିତ ହେଉଥିବା ଏହି କପରେ ଉଭୟ ଭାରତୀୟ ଓ ପାକିସ୍ତାନର ମଧ୍ୟରେ ମୁକାବିଲା ଦେଖିବାକୁ ପ୍ରଶଂସକମାନେ ଉତ୍ସୁକ ଅଛନ୍ତି । ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଏକ ଚମକାଇ ଦେବା ଭଳି ଖୋଲାସା କରିଛନ୍ତି । ଏହା ଭାରତୀୟ କ୍ରିକେଟ ଟିମର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ନେଇ ।

ପାକିସ୍ତାନୀ ବୋଲର ସୋଏବ ଅଖତାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି କି ସେ ସଚ୍ଚିନ ତେନ୍ଦୁଲକରଙ୍କୁ ଜାଣି ନଥିଲେ । ସଚ୍ଚିନଙ୍କ ବାବଦରେ ତାଙ୍କୁ ସକଲେନ ମୁସ୍ତେକ ଜଣାଇଥିବା କଥା ସେ କହିଛନ୍ତି । ସେ କହିଥିଲେ କି ମୁସ୍ତେକ ତାଙ୍କୁ ଜଣାଇଥିଲେ କି ସଚ୍ଚିନ ତେନ୍ଦୁଲକର ବିଶ୍ୱର ଜଣେ ବହୁତ ବଡ ବ୍ୟାଟ୍ସମ୍ୟାନ ।

ସୋଏବ ଆହୁରି କହିଥିଲେ କି ମୋତେ ସଚ୍ଚିନଙ୍କ ବାବଦରେ ଜଣା ନଥିଲା କାରଣ ମୁଁ ସବୁବେଳେ ମୋ ଦୁନିଆରେ ନିଜକୁ ହଜାଇ ରଖୁଥିଲି । ମୁଁ ସର୍ବଦା କିଭଳି ଅଧିକ ବେଗରେ ବଲ ପକାଇବି ତାହାକୁ ନେଇ ଅଭ୍ୟାସ ଜାରି ରଖିଥିଲି ।

ସୋଏବଙ୍କ ମତରେ ସମସ୍ତ ପାକିସ୍ତାନ ଖେଳାଳୀଙ୍କର ଗୋଟିଏ ଲକ୍ଷ୍ୟ କିଭଳି ଦଳକୁ ବିଜୟୀ କରାଯାଇ ପାରିବ । କାରଣ ଦଳ ବିଜୟୀ ହେଲେ ଖେଳାଳୀମାନେ ଷ୍ଟାର ହୋଇପାରିବେ । କହିରଖୁ କି କ୍ରିକେଟ ପଡିଆରେ ସୋଏବ ଅଖତର ଓ ସଚ୍ଚିନଙ୍କ ମଧ୍ୟରେ ଖେଳ ଦେଖିବାକୁ ଲୋକମାନେ ସେତେବେଳେ ଖୁବ୍ ଉତ୍ସାହିତ ଥିଲେ ।

ସେପଟେ ଯଦି ଏସିଆ କପ୍ କଥା କୁହାଯିବ ତେବେ ଏହି ଟୁର୍ଣ୍ଣାମେଣ୍ଟ ସର୍ବଦା ଟି -୨୦ ଫର୍ମାଟରେ ଖେଳାଯାଏ । ଚଳିତ ସିଜିନରେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇ ଠାରେ ଖେଳାଯିବ । ଚଳିତମାସ ୨୭ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ୨୮ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ ।