ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ । ଜବତ ହେଲା ପାଖାପାଖି ଶହେ କୋଟିର ସମ୍ପତ୍ତି । 

241

କନକ ବ୍ୟୁରୋ: ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ । ବିଟ୍ କଏନ୍ ସ୍କାମ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ କୁନ୍ଦ୍ରାଙ୍କର ୯୭.୭୯ କୋଟିର ସମ୍ପତ୍ତି ଜବତ କରିଛି । ତେବେ ଇଡି ଜବତ କରିଥିବା ସମ୍ପତ୍ତି  ଭିତରେ ତାଙ୍କର ଜୁହୁ ସ୍ଥିତ ଫ୍ଲାଟ୍ ମଧ୍ୟ ରହିଛି, ଯାହାକି ଶିଳ୍ପା ସେଟ୍ଟୀଙ୍କ ନାଁରେ ଥିଲା ।

ପିଏମଏଲଏ ଆକ୍ଟ ଅନୁସାରେ ଇଡି ରାଜ କୁନ୍ଦ୍ରାଙ୍କ ବିରୋଧରେ ଏହି ଆକ୍ସନ ନେଇଛି । ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ରାଜଙ୍କର ଜୁହୁ ସ୍ଥିତ ଫ୍ଲାଟ୍, ପୁଣେର ଏକ ବଙ୍ଗଳା ଏବଂ ତାଙ୍କ ନାମରେ ଥିବା ଇକ୍ୱିଟି ସେୟାର ମଧ୍ୟ ସାମିଲ ଅଛି । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ପୋଲିସ, ଦିଲ୍ଲୀ ପୋଲିସର ଦ୍ୱାରା ଦାୟର କରାଯାଇଥିବା ଏଫଆଇଆରକୁ ଆଧାରକୁ ନେଇ ଇଡି ଏହି ଯାଞ୍ଚ ଆରମ୍ଭ କରିଥିଲା ।

ଇଡି  ଯାଞ୍ଚରୁ ଖୁଲାସା ହେଇଥିଲା ଯେ, ରାଜ କୁନ୍ଦ୍ରା ଏହି ଘୋଟାଲାରେ ମାଷ୍ଟରମାଇଣ୍ଡ ଅମିତ ଭରଦ୍ୱାଜଙ୍କ ପାଖରୁ ୨୮୫ ବିଟ୍ କଏନ୍ ନେଇଥିଲେ । ଏହି ବିଟକଏନ୍ ୟୁକ୍ରେନରେ ଖଣି ଉତ୍ତୋଳନ ନିବେଶ ପାଇଁ ମିିଳିଥିଲା । ହେଲେ ସେଭଳି କିଛି ବି ହେଇନଥିଲା, ଆଉ ଏ ବିଟକଏନ୍ ତାଙ୍କରି ପାଖରେ ହିଁ ରହିଥିଲା । ବର୍ତ୍ତମାନ ଏହି ବିଟକଏନର ମୂଲ୍ୟ ପାଖାପାଖି ୧୫୦ କୋଟିରୁ ଅଧିକ ଅଟେ ।