ନିମାପଡ଼ାରୁ ସମୀର ଦାଶଙ୍କ ଟିକେଟ କଟିବା ପରେ ସମର୍ଥକଙ୍କ ମେଳି । ନିଷ୍ପତି ନବଦଳାଇଲେ ସମୁହ ଇସ୍ତଫା ଦେବାକୁ ଚେତାବନୀ

2,005

କନକ ବ୍ୟୁରୋ : ନିମାପଡ଼ାରୁ ସମୀର ଦାଶଙ୍କ ଟିକେଟ କଟିବା ପରେ ସମର୍ଥକଙ୍କ ମେଳି । ଟିକେଟ୍ କଟିବା ପ୍ରତିବାଦରେ ଶତାଧିକ ସମର୍ଥକ ଏକାଠି ହୋଇଛନ୍ତି । ନିଷ୍ପତିର ପୁର୍ନବିଚାର କରିବାକୁ ଏକାଠି ହୋଇ ଦାବି କରିଛନ୍ତି ସମୀର ଦାସଙ୍କ ସମର୍ଥକ ।

କହିଛନ୍ତି, ଶୀର୍ଷ ନେତୃତ୍ୱ ନିଷ୍ପତି ନବଦଳାଇଲେ ସମୁହ ଇସ୍ତଫା ଦେବେ । ନିମାପଡ଼ା, ଗୋପ ବ୍ଲକର ବିଜେଡି ସଭାପତି, ନିମାପଡ଼ା ଓ ଗୋପ ବ୍ଲକର ଅଧ୍ୟକ୍ଷ, ନିମାପଡ଼ା ଏନଏସିର ଅଧ୍ୟକ୍ଷ ସମେତ ୪୦ରୁ ଅଧିକ ନିର୍ବାଚିତ ପ୍ରତିନିଧି ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହା ସହ ଅନେକ ନେତା ଓ କର୍ମୀ ମଧ୍ୟ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି କର୍ମୀ ସମ୍ମିଳନୀରେ ସମୀର ଦାଶ ମଧ୍ୟ ସାମିଲ ହୋଇଥିଲେ । ଲୋକଙ୍କ ସମର୍ଥନ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ସମୀର ଦାଶ