ପ୍ରାଣୀ ଚିକିିତ୍ସକଙ୍କ ଆନ୍ଦୋଳନର ପ୍ରଭାବ । ମଲା ଗାଈ, କୁକୁଡା ଧରି ଜିଲ୍ଲାପାଳ ଓ ସିଡିଭିଓଙ୍କ କାର୍ଯ୍ୟାଳୟରେ ପହଁଚିଲେ ଏସଏଚଜି ମହିଳା

186

କନକ ବ୍ୟୁରୋ : ପ୍ରାଣୀ ଚିକିତ୍ସକ ଆନ୍ଦୋଳନ ଯୋଗୁଁ ମାଲକାନଗିରିରେ ସୃଷ୍ଟି ହୋଇଛି ଏମିତି ସ୍ଥିତି । ମଲା ବତକ ଚିଆଁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଛନ୍ତି ଏସଏଚ୍ଜି ମହିଳା । ସେହିପରି ମଲା ବାଛୁରୀ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ପହଁଚିଛନ୍ତି ପଶୁ ପାଳକ ।

ମୟୂରଭଞ୍ଜରେ ମଧ୍ୟ ସମାନ ଅବସ୍ଥା । ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁଁ ଗୃହପାଳିତ ପଶୁ, ପକ୍ଷୀ ମରିବାରେ ଲାଗିଛନ୍ତି । ଏହି ସମସ୍ୟାର ସମାଧାନ ଓ ଚିକିତ୍ସା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସିଡିଭିଓ ଅଫିସରେ ମଲା କୁକୁଡା ଓ ଗାଈ ଧରି ପହଁଚିଛନ୍ତି ପଶୁ ପାଳକ ଓ ଏସଏଚଜି ମହିଳା ।

ଅନ୍ୟପଟେ ଜିଦରେ ଅଟଳ ପ୍ରାଣୀ ଚିକିତ୍ସକ । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ କହିଛନ୍ତି ସରକାରଙ୍କୁ ଜଣାଇବା ଛଡା ତାଙ୍କ ପାଖରେ କିଛି ବାଟ ନାହିଁ ।

କେବଳ ମୟୁରଭଞ୍ଜ କି ମାଲକାନଗିରି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ସମାନ ଚିତ୍ର । ତେଣୁ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି ବଢ଼ିବାରେ ଲାଗିଛି ।