ପ୍ରେମର ନିରବ ପ୍ରତିଶ୍ରୁତି । ସାକ୍ଷୀ ରହିଛି ଗୋଲାପ

198

କନକ ବ୍ୟୁରୋ : ନା’ ଶବ୍ଦ ଲୋଡ଼ା ପଡ଼ିଛି ନା’ ଭାଷାର ଆବ୍ୟକତା ଅଛି । ଇଏ ଏମିତି କା’ ପ୍ରେମ, ଯେଉଁଠି ପ୍ରେମର ବାର୍ତା ଆଖିରୁ ଯାଇ ସିଧାସଳଖ ହୃଦୟକୁ ଛୁଇଁଛି । ଆଖିର ଠାରରେ ଆରମ୍ଭ ହୋଇଥିବା ସମ୍ପର୍କ, ସଂସାର ଗଢ଼ିଛି । ବାଲେଶ୍ୱର ଜିଲ୍ଲାର ମହେଶ୍ୱର ଏବଂ ରୁକ୍ମଣୀଙ୍କ ୩ ବର୍ଷର ପ୍ରେମ, ଦାମ୍ପତ୍ୟ ଜୀବନର ରୂପ ନେଇଛି । ଏହି ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଖେଳାଇ ଦେଇଥିବା ବେଳେ, ବୁଧବାର ଥିଲା ବାହାଘର ଭୋଜି ।

ବାଲେଶ୍ୱର ଜିରିତାଳ ଗାଁର ମହେଶ୍ୱର ମଲ୍ଲିକ ଏବଂ କୁଚିଆକୋଇଲି ଗାଁର ରୁକ୍ମଣୀ ମଲ୍ଲିକ । ପରମ୍ପରକୁ ଭଲ ପାଉଥିଲେ । ରୁକ୍ମଣୀଙ୍କୁ ଜୀବନ ସାଥୀ କରିବା ପାଇଁ ମହେଶ୍ୱର ମନେ ମନେ ନିଷ୍ପତି କରି ସାରିଥିଲେ । ହେଲେ ଏଥିରେ ପରିବାରର ସ୍ୱୀକୃତି ପାଇଁ ଅପେକ୍ଷା କରିଥିଲେ । ମନରେ ସନ୍ଦେହ ଥିଲା, ପରିବାର ଲୋକ ରାଜି ହେବେ ନା’ ନାହିଁ । କାରଣ, ରୁକ୍ମଣୀ ଜଣେ ଦିବ୍ୟାଙ୍ଗ ଯୁବତୀ । ନା’ କଥା କହିପାରନ୍ତି ନା’ ଠିକରେ ଶୁଣି ପାରନ୍ତି । ଶରୀରିକ ଭିନ୍ନକ୍ଷମତା, କାଳେ ପ୍ରେମର ବାଟ ଓଗାଳିକ, େ ଦ୍ୱନ୍ଦରେ ଥିଲେ ମହେଶ୍ୱର । ହେଲେ ଶେଷରେ ବିଜୟ ହୋଇଛି ।

ନବଦମ୍ପତିଙ୍କ ବିବାହ ଭୋଜିରେ ସାମିଲ ହୋଇ ଉଭୟ ମହେଶ୍ୱର ଓ ରୁକ୍ମଣୀଙ୍କୁ ଆଶୀର୍ବାଦ ଦେଇଛନ୍ତି ସମ୍ପର୍କୀୟ । ତେବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି, ବାଃ ପ୍ରେମ ହେବ ତ’ ଏମିତି !