ଗିନିଜ୍ ବୁକ ଅଫ ୱାଲ୍ଡ ରେକର୍ଡରେ ସାମିଲ ହେଲେ ଆଉ ଜଣେ ଓଡିଆ! ପାଟିରେ ସର୍ବାଧିକ ସଂଖ୍ୟାର ଷ୍ଟ୍ର ଭର୍ତ୍ତି କରି ରେକର୍ଡ଼ କଲେ ମନୋଜ କୁମାର ମହାରଣା
ପୁଣି ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି ଆଉ ଜଣେ ଓଡିଆ । ଗଞ୍ଜାମ ପୋଲସରାର ମନୋଜ କୁମାର ମହାରଣା ପାଟିରେ ସର୍ବାଧିକ ସଂଖ୍ୟାର ଷ୍ଟ୍ର ବା ପାଇପ ଭର୍ତ୍ତି କରି ଏହି ରେକର୍ଡ କରିଛନ୍ତି । ସର୍ବାଧିକ ୪୫୯ଟି ଷ୍ଟ୍ର ନିଜ ପାଟିରେ ବର୍ତ୍ତି କରିଥିଲେ ମନୋଜ । ଏହା ସହ ତାକୁ ୧୦ସେକେଣ୍ଡରୁ ଅଧିକ ସମୟ ଧରି ରଖିଥିଲେ । ଏହାସହ ଇଲଣ୍ଡର ସିମନ ଏଲମୋରଙ୍କ ରେକର୍ଡକୁ ବି ସେ ଭଙ୍ଗିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପରେ ଡିସେମ୍ବର ୩ ତାରିଖରେ ଗିନିସ ବୁକ ଅଫ ୱାଲ୍ଡ ରେକର୍ଡ ତାଙ୍କୁ ମାନ୍ୟତା ପ୍ରଦାନ କରିଛି । ସର୍ବାଧିକ ଜଳନ୍ତା କ୍ୟାଣ୍ଡେଲକୁ ନିଜ ପାଟିରେ ରଖି ସେ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ବି ସାମିଲ ହୋଇ ପାରିଛନ୍ତି । ତେବେ ପୁସ୍ତକ ଲେଖିବାରେ ବି ମନୋଜଙ୍କ ଆଗ୍ରହ ରହିଛି ଓ ଆଗକୁ ଅନେକ ରେକଡ କରିବା ପାଇଁ ସେ ଯୋଜନା କରୁଛନ୍ତି ।