ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ସୁପ୍ରିମକୋର୍ଟରେ ଶୁଣାଣି : ଏନଆଇଏ ତଦନ୍ତ ଦାବି କଲେ ଆବେଦନକାରୀଙ୍କ ଓକିଲ

ସେପଟେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କଲା ୩ ଜଣିଆ କେନ୍ଦ୍ରୀୟ- ଟିମ୍

107

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମସ୍ତ ରେକର୍ଡ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀଙ୍କ ସେଦନିର ଗସ୍ତର ସମସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ପଂଜାବ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପଂଜାବ ପ୍ରଶାସନ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସମସ୍ତ ତଥ୍ୟ ହସ୍ତାନ୍ତର କରିବେ । ମାମଲାର ତଦନ୍ତ ଏନ୍ଆଇଏ ଦ୍ୱାରା କରାଯାଉ ବୋଲି ଆବେଦନକାରୀଙ୍କ ଓକିଲ ସୁପ୍ରିମକୋର୍ଟରେ ଦାବି କରିଛନ୍ତି । ଆସନ୍ତରା ସୋମବାର ମାମଲାର ପରବର୍ତୀ ଶୁଣାଣି ହେବ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଂଚିଛି କେନ୍ଦ୍ରର ତିନି ଜଣିଆ ଟିମ୍ । କେନ୍ଦ୍ରୀୟ ଟିମ୍ ଫିରୋଜପୁର ଫ୍ଲାଏ ଓଭର ଯାଇ ତଦନ୍ତ କରିଛି ।