ଏଣିକି ଏଟିଏମରୁ ଟଙ୍କା ଉଠାଣ ହେବ ଅଧିକ ସୁରକ୍ଷିତ । ଟଙ୍କା ଉଠାଇଲେ ଦେବାକୁ ପଡିବ ଓଟିପି ।

540

କନକ ବ୍ୟୁରୋ: ଦେଶର ସବୁଠୁ ବଡ ଜାତୀୟକରଣ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ସୁରକ୍ଷା ପାଇଁ ନିଜ ନିୟମରେ ଅପଡେଟ୍ ପରେ ଅପଡେଟ୍ କରିଚାଲିଛି । ଗ୍ରାହକଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ତାକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛି ବ୍ୟାଙ୍କ । କହିବାକୁ ଗଲେ ନିଜ ଗ୍ରାହକଙ୍କୁ ଫାଇଭ୍ ଷ୍ଟାର ଫ୍ୟାସିଲିଟି ଦେବାକୁ ତତ୍ପର ହୋଇଛି ବ୍ୟାଙ୍କ । ସେଥିପାଇଁ ଲଗାତାର କିଛି ନା କିଛି ପରିବର୍ତ୍ତନ କରିଚାଲିଛି ବ୍ୟାଙ୍କ । ଏଥିମଧ୍ୟରେ ଗୋଟିଏ ହେଉଛି ଏଟିଏମ୍ ଓଟିପି ନମ୍ବର ।

ଅର୍ଥକୁ ଅଧିକ ସୁରକ୍ଷିତ କରିବାକୁ ଏସବିଆଇ ଆହୁରି ପାଦେ ଆଗେଇଛି । ଏଣିକି ଏଟିଏମରୁ ଟଙ୍କା ଉଠାଇବା ହେବ ଆହୁରି ଅଧିକ ସୁରକ୍ଷିତ । ଏଟିଏମରୁ ଟଙ୍କା ଉଠାଇବାକୁ ହେଲେ ଗ୍ରାହକଙ୍କୁ ଦେବାକୁ ପଡିବ ଓଟିପି ନମ୍ବର । ଯେଉଁମାନେ ଏସବିଆଇ ଏଟିଏମରୁ ୧୦ ହଜାର ଟଙ୍କା ଉଠାଇବେ ସେମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରିଛି ଏସବିଆଇ ।

ଏଟିଏମ କାରବାରରେ ଠକେଇବାକୁ ଏପରି ନିଷ୍ପତ୍ତି ନେଇଛି ଏସବିଆଇ । ଅବଶ୍ୟ ଏସବିଆଇର ଏଭଳି ନିୟମ ଦୁଇ ବର୍ଷ ତଳର । ଏଭଳି ନିୟମ ଆଣିବା ପୂର୍ବରୁ ୨୦୧୯ ଡିସେମ୍ବର ୨୬ ତାରିଖରେ ଏନେଇ ସୂଚନା ଦେଇଥିଲା ବ୍ୟାଙ୍କ । ପୂର୍ବ ସୂଚନା ଅନୁସାରେ ୨୦୨୦ ଜାନୁଆରୀ ପହିଲାରେ ପୂର୍ବ ସୂଚନା ଅନୁସାରେ ୨୦୨୦ ଜାନୁୁଆରୀ ପହିଲାରୁ ଏହି ନିୟମ ଲାଗୁ ହୋଇଆସିଛି । ତେବେ ଯେଉଁମାନେ ଏସବିଆଇର ଏହି ନିୟମ ବିଷୟରେ ଜାଣି ନାହାଁନ୍ତି ସେମାନେ ଏହା ଜାଣିବା ନିହାତି ଆବଶ୍ୟକ । ତେଣୁ ବ୍ୟାଙ୍କ ଏନେଇ ପୁଣି ଗ୍ରାହକଙ୍କୁ ସୂଚାଇଛି ।

ଯଦି ଆପଣ ଏଟିଏମରୁ ୧୦ ହଜାର କିମ୍ବା ତାଠାରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଟଙ୍କା ଉଠାଇବା ସମୟରେ ଆପଣଙ୍କ ପଞ୍ଜିକୃତ ନମ୍ବରକୁ ଏକ ଓଟିପି ଆସିବ । ଏହି ନମ୍ବର ଏଟିଏମରେ ପୂରଣ କରିବା ପରେ ଆପଣ ଟଙ୍କା ଉଠାଇପାରିବେ । ଏଥିରେ ଗୋଟିଏ ଟ୍ରାଞ୍ଜାକ୍ସନ୍ ପାଇଁ ଆପଣଙ୍କ ପାଖକୁ ଗୋଟିଏ ଓଟିପି ଆସିବ ।

ତେଣୁ ମନେକରି ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଥିଲେ ସାଙ୍ଗରେ ନିଜର ରେଜିଷ୍ଟର୍ଡ ମୋବାଇଲ ନେଇ ଯିବାକୁ ଆଦୌ ଭୁଲନ୍ତୁ ନାହିଁ ।ଆଉ ଗୋଟେ କଥା ହେଉଛି ଯଦି ଆପଣଙ୍କ ମୋବାଇଲ ନମ୍ବର ଆପଣଙ୍କ ବ୍ୟାଙ୍କ ଆକଉଣ୍ଟରେ ରେଜିଷ୍ଟର ହୋଇନାହିଁ ତେବେ ଏହାକୁ ଯଥାଶୀଘ୍ର କରାଇନିଅନ୍ତୁ ।
ଏହା କିପରି କାର୍ଯ୍ୟ କରେ ଜାଣି ରଖନ୍ତୁ ।

ଆପଣ ଯେତେବେଳେ ଏଟିଏମରୁ ଟଙ୍କା ଉଠାଉଛନ୍ତି , ଆପଣଙ୍କ କାର୍ଡ ସ୍ୱାବ କରୁଛନ୍ତି,ସେଠି ଆପଣଙ୍କୁ ଭ୍ୟାଲ୍ୟୁ କଲମ୍ ପୂରଣ କରିବାକୁ ପଡିବ । ଯଦି ଭ୍ୟାଲ୍ୟୁ ୧୦ ହଜାରରୁ ଅଧିକ ଲେଖୁଛନ୍ତି ତାହେଲେ ଆପେଆପେ ଓଟିପି ନମ୍ବର ଭରିବାକୁ ଅପ୍ସନ୍ ଆସିବ ।ଏହି ଓଟିପି ନମ୍ବର ବ୍ୟାଙ୍କ ପକ୍ଷରୁ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲକୁ ହିଁ ଯିବ । ଓଟିପି ନମ୍ବର ଲେଖିଲା ମାତ୍ରେ ଆପଣଙ୍କ ୱିଦଡ୍ରଲ ସଫଳ ହେବ ।

ଗ୍ରାହକଙ୍କ ଟଙ୍କାକୁ ଏଟିଏମରୁ ହଡପ କରାଯାଉଥିବା ମାମଲା ବାରମ୍ବାର ଆସିବା ପରେ ଗ୍ରାହକଙ୍କ ସୁରକ୍ଷା ପାଇଁ ବ୍ୟାଙ୍କ ଏପରି ନିୟମ କରିଛି । ତେବେ ଗ୍ରାହକ ବି ସତର୍କ ରହିବା ଜରୁରୀ । କେବେ କାହା ସହ ନିଜ ଓଟିପିକୁ ସେୟାର କରନ୍ତୁ ନାହିଁ ।