କନକ ବ୍ୟୁରୋ: ଆପଣ ସବୁବେଳେ ଶୁଣିଥିବେ ଲୋକେ କହିଥାନ୍ତି ବାସ ଥରେ ସରକାରୀ ଚାକରୀ ଖଣ୍ଡେ ମିଳିଯାଉ । ତା ପରେ ପୁରା ଜୀବନ ସେଟ୍ । ଭାରତରେ ପ୍ରତ୍ୟେକ ଦୁଇ ଜଣ ଯୁବକରେ ଜଣେ ଯୁବକଙ୍କ ଇଚ୍ଛା ତାଙ୍କୁ ସରକାରୀ ଚାକିରୀ ଖଣ୍ଡେ ମିଳୁ । ପ୍ରତ୍ୟେକ ବର୍ଷ କୋଟି କୋଟି ଆଶାୟୀ ସରକାରୀ ଚାକିରୀ ପାଇଁ ହୋଇଥିବା ପରୀକ୍ଷାରେ ଭାଗ ନେଇଥାନ୍ତି । ଆଉ କିଛି ଜଣ ତ ଜୀବନର ୫ରୁ ୧୦ ବର୍ଷ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରିବାରେ ବିତାଇଦେଇଥାନ୍ତି । ଏଥିପାଇଁ ଆମ ସମସ୍ତଙ୍କୁ ଜାଣିବା ଦରକାର ଯେ କାହିଁକି ସରକାରୀ ଚାକିରୀ ମହତ୍ତ୍ୱପୂର୍ଣ୍ଣ । କଣ ଏହାର ଫାଇଦା ରହିଛି ଯେଉଁଥିପାଇଁ ସରକାରୀ ଚାକିରୀ ପାଇବା ପାଇଁ ଲୋକେ ଅନେକ ପରିଶ୍ରମ କରିଥାନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ପ୍ରଥମେ ଆମକୁ ବୁଝିବାକୁ ପଡିବ ସରକାରୀ ଚାକିରୀ କଣ? ସରକାରୀ ଚାକିରୀ ତାକୁ କୁହାଯାଇଥାଏ ଯେଉଁଥିରେ ବ୍ୟକ୍ତି କେନ୍ଦ୍ର ଅବା ରାଜ୍ୟ ସରକାରଙ୍କ ଅଧୀନରେ କାମ କରିଥାନ୍ତି । ସରକାରୀ ଚାକିରୀରେ ୟୁପିଏସସି, ବ୍ୟାଙ୍କ, ପ୍ରତିରକ୍ଷା, ରେଳବାଇ, ଏସଏସସି, ରାଜ୍ୟ ସେବା, ପିଏସୟୁ, ଶିକ୍ଷକ ସହ ଅନେକ ପ୍ରକାର ଚାକିରୀ ରହିଛି । ଏହି ଚାକିରୀର ଅନେକ ଫାଇଦା ରହିଛି। ଆସନ୍ତୁ ଜାଣିବା କଣ ରହିଛି ସରକାରୀ ଚାକିରୀର ବିଭିନ୍ନ ଫାଇଦା।
ଚାକିରୀର ସୁରକ୍ଷା
ସରକାରୀ ଚାକିରୀକୁ ସୁରକ୍ଷିତ ମନାଯାଇଥାଏ । କାହିଁକି ନା ସରକାରୀ କର୍ମଚାରୀଙ୍କୁ ସହଜରେ ଚାକିରୀରୁ ବାହାର କରାଯାଇପାରିବ ନାହିଁ । ବିଷମ ପରିସ୍ଥିତିରେ ହିଁ ଜଣେ ସରକାରୀ କର୍ମଚାରୀଙ୍କୁ ନିଷ୍କାସିତ କରାଯାଇଥାଏ । ତେଣୁ ଅନ୍ୟ ବେସରକାରୀ ଚାକିରୀ ତୁଳନାରେ ସୁରକାରୀ ଚାକିରୀ ସବୁଠାରୁ ସୁରକ୍ଷିତ ଏବଂ ଭଲ ମାନିଥାଉ ।
କର୍ମକ୍ଷେତ୍ରରେ ସନ୍ତୁଳନ
ସରକାରୀ କର୍ମଚାରୀଙ୍କ କାମ କରିବାର ସମୟ ନିର୍ଘଣ୍ଟ ହୋଇଥାଏ । ଏହି କାମରେ କୌଣସି ପ୍ରକାର ଚାପ ନଥାଏ । ଏହା ଛଡା ନିୟମିତ ଭାବେ ଛୁଟି ସହ ସମସ୍ତ ପ୍ରକାର ଉତ୍ସବ ଏବଂ ଅନ୍ୟ ଛୁଟି ମଧ୍ୟ ମିଳିଥାଏ । ଏହି କାରଣରୁ ସରକାରୀ କର୍ମଚାରୀଙ୍କୁ ନିଜର ବ୍ୟକ୍ତିଗତ ଜୀବନ ଏବଂ କର୍ମମୟ ଜୀବନରେ ସନ୍ତୁଳନ ରକ୍ଷା କରିଥାନ୍ତି ।
ଅବସରକାଳୀନ ସୁବିଧା
ସରକାରୀ କର୍ମଚାରୀ ଅବସରରେ ପେନସନ ପାଇଥାନ୍ତି । ଏହା ଛଡା ପିଏଫ ସମେତ ଅନ୍ୟ ପ୍ରକାରର ଅବସରକାଳୀନ ସୁବିଧା ପାଇଥାନ୍ତି । ସରକାରଙ୍କ ତରଫରୁ ଏହି ସବୁ ସୁବିଧା ଲୋକେ ପାଇଥାନ୍ତି । ଏହା ଫଳରେ ଜଣେ ସରକାରୀ କର୍ମଚାରୀ ଅବସର ପରେ ଭଲ ଜୀବନ ଅତିବାହିତ କରିଥାଏ ।
ଭଲ ଦରମା
ସରକାରୀ କର୍ମଚାରୀଙ୍କ ଦରମା ଭଲ ରହିଥାଏ । କେବଳ ଏତିକି ନୁହେଁ ସମୟ ସମୟରେ ମହଙ୍ଗ ଭତ୍ତା ସହ ଅନ୍ୟାନ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥାଏ । ଏଥିପାଇଁ ଅନେକ ଥର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ । ସରକାରୀ ଚାକିରୀରେ ଆଉ ଗୋଟିଏ କଥା ସମୟରେ ଦରମା ମିଳିଥାଏ । ଏଥିରେ କୌଣସି ପ୍ରକାରର ବିଳମ୍ବ ଦେଖାଦେଇନଥାଏ ।
ଚିକିତ୍ସାକ୍ଷେତ୍ରରେ ସୁବିଧା
ସରକାରୀ କର୍ମଚାରୀଙ୍କ ବୀମା ମଧ୍ୟ ସରକାରଙ୍କ ତରଫରୁ କରାଯାଇଥାଏ । ଏହା ଛଡା କର୍ମଚାରୀଙ୍କ ଚିକିତ୍ସା ଖର୍ଚ୍ଚ ଉପରେ ମଧ୍ୟ ଅନେକ ପ୍ରକାର ସୁବିଧା ପ୍ରଦାନ କରାଯାଇଥାଏ ।
ଭତ୍ତା
ସରକାରୀ କର୍ମଚାରୀଙ୍କ ଦରମା ଛଡା ତାଙ୍କୁ ଅନେକ ପ୍ରକାରର ଭତ୍ତା ପ୍ରଦାନ କରାଯାଇଥାଏ । ଏଥିରେ ରହିବା, ଯିବା ଆସିବା ସହ ବିଭିନ୍ନ ପ୍ରକାର ଖର୍ଚ୍ଚ ମଧ୍ୟ ସାମିଲ ରହିଥାଏ । ଉଚ୍ଚପଦରେ କାର୍ଯ୍ୟରତ କର୍ମଚାରୀଙ୍କୁ ତ ସରକାରଙ୍କ ତରଫରୁ ବଡ ବଡ ଘର ଏବଂ ମହଙ୍ଗା ଗାଡିର ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ ।
ସମାଜରେ ଉଚ୍ଚ ମର୍ଯ୍ୟାଦା ମିଳେ
ଆମ ସମାଜରେ ସରକାରୀ ଚାକିରୀ କରିଥିବା ବ୍ୟକ୍ତିକୁ ଉଚ୍ଚ ମର୍ଯ୍ୟାଦ ମିଳିଥାଏ । ଏଥିପାଇଁ ସରକାରୀ ଚାକିରୀ କରୁଥିବା ଲୋକଙ୍କର ସମାଜରେ ସମ୍ମାନ ରହିଛି ।