ଚମତ୍କାର ଷ୍ଟାଡିୟମ, ରୋମାଞ୍ଚକର ମ୍ୟାଚ୍! ପଡିଆରେ ସେଲଫି ନେଲେ, ନବୀନଙ୍କ ସହ ବସି ମ୍ୟାଚ୍ ଉପଭୋଗ କଲେ ସଚିନ ତେନ୍ଦୁଲକର

654

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ସଚିନଙ୍କ ସେଲଫି । ହକି ବିଶ୍ୱକପର ଫାଇନାଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିବାକୁ ଥିବା ସଚିନ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ସହ ସେଲଫି ନେବାକୁ ଭୁଲିନାହାନ୍ତି । ଏପରିକି ଏହି ସେଲଫିକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପକାଇବାକୁ ଭୁଲି ନାହାନ୍ତି ସଚିନ୍ । ଏହାସହ ହକିକୁ ନେଇ ଭୁବନେଶ୍ୱରରେ ଯେଉଁ ମାହୋଲ ରହିଛି ତାହାକୁ ବେଶ ପ୍ରଂଶସା କରିଛନ୍ତି ମାଷ୍ଟର ବ୍ଲାଷ୍ଟରଫ


ହକି ବିଶ୍ୱକପର ଶେଷ ଲଢେଇର ସାକ୍ଷୀ ସାଜିଥିବା ସଚିନ ତେନ୍ଦୁଲକର ଉଭୟ ହକି ଇଣ୍ଡିଆ ଓ ଓଡିଶା ସରକାରଙ୍କୁ ବେଶ ପ୍ରଂଶସା କରିଛନ୍ତି । ରାଜ୍ୟ ସରକାର ଏଭଳି ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୁ ବେଶ ପ୍ରଂଶସା କରିଛନ୍ତି ସଚିନ । ଏହାଛଡା ହକି ଇଣ୍ଡିଆକୁ ମଧ୍ୟ ଧନ୍ୟବାଦ ଦେବାକୁ ଭୁଲିନାହାନ୍ତି ସଚିନ୍ ।

ଖାସକରି ଗତ ୮ ବର୍ଷ ମଧ୍ୟରେ ଭାରତ ଦୁଇ ଦୁଇଟି ବିଶ୍ୱକପ ଆୟୋଜନ କରି ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା କହିଛନ୍ତି ସଚିନ୍ । ଏହାଛଡା ହକିର ଗଡ ଓଡିଶାରେ ହକିକୁ ନେଇ ଏକ ଭିନ୍ନ ବାତାବରଣ ରହିଛି । ଏଠାକାର ଲୋକଙ୍କ ମନରେ ହକିକୁ ନେଇ ଜବରଦସ୍ତ କ୍ରେଜ ରହିଛି । ଆଉ ଏଭଳି ଏକ ସ୍ଥାନକୁ ଆସି ମୁଁ ଗର୍ବିତ ବୋଲି କହିଛନ୍ତି ସଚିନ୍ ।

ଫାଇନାଲ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ ସଚିନ୍ । ଆଉ ସଚିନଙ୍କ ଷ୍ଟାଡିୟମରେ ପାଦ ଦେବା ମାତ୍ରେ ପୂରା ଷ୍ଟାଡିୟମ ସଚିନ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା । ଆଉ ସଚିନ ମଧ୍ୟ ଦର୍ଶକ ମାନଙ୍କୁ ନିରାଶ କରିନଥିଲେ । ବାହାରକୁ ଆସୁ ଲୋକଙ୍କୁ ହାତ ହଲାଇ ଉଭୟ ଟିମକୁ ଚିୟରଅପ କରିବାକୁ କହିଥିଲେ । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବସି ମ୍ୟାଚ୍ ଉପଭୋଗ କରିଥିଲେ ସଚିନ୍ ।