ବେଲଜିୟମ୍ ହାତରେ ବିଶ୍ୱକପ୍ ଟାଇଟଲ୍ ! ସଡନ୍ ଡେଥରେ ନେଦରଲାଣ୍ଡକୁ ମାତ୍ ଦେଇ କଳିଙ୍ଗରେ ଇତିହାସ ରଚିଲା ବେଲଜିୟମ୍ । 

513

କନକ ବ୍ୟୁରୋ : ବିଶ୍ୱ ବିଜେତା ବନିଲା ବେଲଜିୟମ୍ । ପୁରୁଷ ହକି ବିଶ୍ୱକପ ୨୦୧୮ ଟାଇଟଲ୍ ହାସଲ କଲା ବେଲଜିୟମ୍ । ରୋମାଞ୍ଚକର ଫାଇନାଲ ଫାଇଟରେ ନେଦରଲାଣ୍ଡକୁ ମାତ୍ ଦେଇ ଇତିହାସ ରଚିଲା ବେଲଜିୟମ୍ । ରବିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ୱକପ ଫାଇନାଲ ମ୍ୟାଚରେ ବେଲଜିୟମ୍-ନେଦରଲାଣ୍ଡ ମଧ୍ୟରେ ଜବରଦସ୍ତ ଟକ୍କର ହୋଇଥିଲା । କ୍ୱାର୍ଟର ପର୍ଯ୍ୟାୟରେ ଉଭୟ ଦଳ କେହି କାହାରିକୁ ଗୋଲ ଦେବାରେ ସମର୍ଥ ହୋଇନଥିଲେ । ଏହା ପରେ ଫଳାଫଳ ନିର୍ଭର କରିଥିଲା ପେନାଲଟି ସୁଟଆଉଟ୍ ଉପରେ । 

ପେନାଲଟି ସୁଟଆଉଟର ପ୍ରଥମ ସଟରେ ଗୋଲ ମାରିଥିଲା ନେଦରଲାଣ୍ଡ । ସେପଟେ ପ୍ରଥମ ଦୁଇଟି ସଟ ଗୋଲ ମାରିବାରେ ବିଫଳ ହୋଇଥିଲା ବେଲଜିୟମ୍ । ନେଦରଲାଣ୍ଡର ଗୋଲକିପର ଅତ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିବା ସହ ବେଲଜିୟମର ଦୁଇଟି ସଟ୍ ରୋକିବାରେ ସଫଳ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପେନାଲଟି ସୁଟଆଉଟ୍ ୨-୨ରେ ବରାବର ରହିଥିଲା । ଏହା ପରେ ସଡନ୍ ଡେଥର ପ୍ରଥମ ସଟରେ ଗୋଲ କରିବାକୁ ସକ୍ଷମ ହୋଇଥିଲା ବେଲଜିୟମ୍ । ଏହା ପରେ ଗୋଲ କରିବାରେ ବିଫଳ ହୋଇଥିଲା ନେଦରଲାଣ୍ଡ । ଯାହା ଫଳରେ ନେଦରଲାଣ୍ଡକୁ ୩-୨ ଗୋଲରେ ହରାଇ ବିଶ୍ୱ ବିଜେତା ବନିଥିଲା ବେଲଜିୟମ ।