ରୁଚି ହେଲା ଚଳିତ ବର୍ଷର ଷ୍ଟଲ ଅଫ ଦ ଇୟର । ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୧ରେ ରୁଚି ପୁରସ୍କୃତ ।

208

କନକ ବ୍ୟୁରୋ: ରୁଚି ହେଲା ଷ୍ଟଲ ଅଫ ଦ ଇୟର । ଏ ବର୍ଷର ଷ୍ଟଲ ଭାବେ ପୁରସ୍କୃତ ହେଲା ଓଡିଶାର ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ରୁଚି । ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୧ରେ ରୁଚିକୁ ଶ୍ରେଷ୍ଠ ଷ୍ଟଲ ଭାବେ ପୁରସ୍କୃତ କରାଯାଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏମଏସଏମଇ ପକ୍ଷରୁ ଚାଲିଥିବା ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରାଜ୍ୟପାଳ ପ୍ରୋଫେସର ଗଣେଶୀ ଲାଲ ଯୋଗଦେଇ ଓଏଫଏମଏଲ କର୍ତ୍ତୃପକ୍ଷଙ୍କୁ ପୁରସ୍କୃତ କରିଥିଲେ ।

ତେବେ ଗତ ୫ ଦିନ ଧରି ଚାଲିଥିବା ଏହି ମେଳାରେ ରୁଚି ନିଜର ଡକ୍ୟୁମେଣ୍ଟେସନ, ଷ୍ଟଲ ସୁନ୍ଦରୀକରଣ, ଉପସ୍ଥାପନା ଏବଂ ସୁନ୍ଦର ଆତିଥ୍ୟ ପାଇଁ ଏହି ପୁରସ୍କାର ହାତେଇଛି । ତେବେ ରୁଚି ନିର୍ଦ୍ଦେଶକ ଅରବିନ୍ଦ ସାହୁ ଏବଂ ରଶ୍ମୀ ସାହୁ ରୁଚି ଫ୍ରୋଜିତ ଷ୍ଟଲର ଉଦଘାଟଣ କରିଥିଲେ । ଏହି ଷ୍ଟଲକୁ ବିଭିନ୍ନ ସ୍ତରର ଲୋକ, ବିଦେଶୀ ପ୍ରତିନିଧି, ଛାତ୍ରଛାତ୍ରୀ ପରିଦର୍ଶନ କରିବାକୁ ଆସିଥିଲେ ଆଉ ସମସ୍ତ ବ୍ୟବସ୍ଥା ଦେଖି ପ୍ରଶଂସା କରିଥିଲେ ।