ରାଉରକେଲା ନର୍ସିଂହୋମ ଅଗ୍ନିକାଣ୍ଡ ଘଟଣା ! ଗୁରୁତର ଆହତ ଶିଶୁର ଭୁବନେଶ୍ୱର ଘରୋଇ ହସପିଟାଲରେ ମୃତ୍ୟୁ

36

କନକ ବ୍ୟୁରୋ: ଦୁନିଆ ଦେଖିବା ପୂର୍ବରୁ ଆଖିବୁଜିଲା ୬ ଦିନର ଶିଶୁ । ରାଉରକେଲାର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ଶିଶୁର ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ମୃତ୍ୟୁ ହୋଇଛି । ଗତ ୧୭ ତାରିଖରେ ସିଭିଲ ଟାଉନସିପ ସ୍ଥିତ ଓମ ଆପୋଲା ହସପିଟାଲରେ ଏହି ଅଗ୍ନିକାଣ୍ଡ ହୋଇଥିଲା ।

ଶିଶୁଙ୍କ ପାଇଁ ଉର୍ଦ୍ଦିଷ୍ଟ ନର୍ସରୀରେ ନିଆଁ ଲାଗିଥିଲା । ନିଆଁରେ ୬ ଦିନର ଶିଶୁ ଗୁରୁତର ହୋଇଥିଲା । ଶିଶୁଟିକୁ ପ୍ରଥମେ ଆଇଜିଏଚରେ ଭର୍ତି କରାଯାଇଥିବା ପରେ ତାକୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଶିଶୁମୃତ୍ୟୁକୁ ନେଇ ନେଇ ରାଉରକେଲା ସିଭିଲ ଟାଉନସିପରେ ଥିବା ଓମ୍ ଆପୋଲୋ ହସ୍ପିଟାଲରେ ଉତେଜନା ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମତୟନ ହୋଇଛନ୍ତି ।