ଭାରତୀୟ କ୍ରିକେଟରଙ୍କ ସମସ୍ତ ରେକର୍ଡ ଭାଙ୍ଗିଲେ ବିରାଟ । ୧୦୦ ତମ ଟି-୨୦ ମ୍ୟାଚ ଖେଳି କଲେ ବଡ ରେକର୍ଡ

248

କନକ ବ୍ୟୁରୋ : ଭାରତୀୟ କ୍ରିକେଟରେ ବିରାଟ କୋହଲୀ ପୁଣି ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଆଜି ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳି ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ୧୦୦ ତମ ଟି-୨୦ ମ୍ୟାଚ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୋଟିଏ ମାସର ବ୍ରେକ ପରେ ଆଜି ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳୁଛନ୍ତି ବିରାଟ କୋହଲୀ । କେବଳ ପ୍ରଶଂସକ ନୁହଁନ୍ତି ବରଂ ଟିମ୍ ଇଣ୍ଡିଆର ତାଙ୍କ ସହ ଖେଳାଳୀମାନେ ଆଜି ବିରାଟ ଏକ ବଡ ପାରି ଖେଳିବେ ବୋଲି ଆଶା କରିଛନ୍ତି । ବିରାଟଙ୍କ ବ୍ୟାଟିଂ ପୂର୍ବରୁ ସହ ଖେଳାଳୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି କ୍ରମରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବିରାଟ କୋହଲୀଙ୍କ ୧୦୦ ତମ ଟି-୨୦ ମ୍ୟାଚକୁ ନେଇ କହିଛନ୍ତି କି ‘କ୍ରିକେଟ ପ୍ରତି ବିରାଟଙ୍କର ଥିବା ଭଲ ପାଇବା ଅନ୍ୟ କାହା ସହ ତୁଳନା କରାଯାଇ ପାରିବ ନାହିଁ, ପ୍ରତିଥର ସେ କିଛି ନୂଆ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥାନ୍ତି ’ । ରୋହିତ କହିଛନ୍ତି କି ଜଣେ ଖେଳାଳୀ ଭାବେ କେବଳ ୧୦୦ ତମ ଟି -୨୦ ମ୍ୟାଚ ଖେଳିବା ଏକ ଗର୍ବର କଥା ।