ପ୍ରସିଦ୍ଧ ଫୁଟବଲ ଖେଳାଳୀଙ୍କ ଦାମୀ ପ୍ରେମିକା, ପ୍ରେମିକଙ୍କ ଠାରୁ ମାସିକ ନିଅନ୍ତି ୮୦ ଲକ୍ଷ ଟଙ୍କା ଦରମା

675

କନକ ବ୍ୟୁରୋ : ସାଧାରଣତ ଆପଣମାନେ ଦେଖିଥିବେ ଯେ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଉପହାର ଦିଆନିଆ ହୋଇଥାଏ । ଏହାସହ କେବେ କେବେ ଉଭୟଙ୍କ ମଧ୍ୟରୁ କେହି ଅସୁବିଧାରେ ପଡିଥିଲେ ଅର୍ଥ ଦେଣନେଣ ବି ହୋଇଥାଏ । ହେଲେ ଆଜି ଆମେ ଜଣେ ଏମିତି ପ୍ରେମିକାଙ୍କ ବାବଦରେ କହିବାକୁ ଯାଉଛୁ କି, ଯେ ପ୍ରେମ କରିବା ପାଇଁ ନିଜର ପ୍ରେମିକଙ୍କ ଠାରୁ ଦରମା ନେଇଥାନ୍ତି । ସେହି ଦରମାର ମାତ୍ରା ଏତେ ଅଧିକ ଯେ ଆପଣ ଜାଣିଲେ ଚକିତ ହୋଇଯିବେ ।

ଆପଣ ଜାଣିଥିବେ ଯେ ଫୁଟବଲ ଖେଳାଳୀ କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ହାତ ଗଣତି ଧନୀ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଖେଳ ବ୍ୟତୀତ ନିଜର ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି । ଏହି କ୍ରମରେ ଏବେ ସେ ନିଜର ପ୍ରେମିକା ଜର୍ଜିନା ରୋଡ୍ରିଗୋଜେଙ୍କୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ରୋନାଲ୍ଡୋ ନିଜର ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୋଜେଙ୍କୁ ମାସିକ ଖର୍ଚ୍ଚ ବାବଦରେ ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥାନ୍ତି । ଏହାକୁ ଏକ ବ୍ରିଟିଶ ଗଣମାଧ୍ୟମ ଦରମା ବୋଲି କହିଛି ।

କେବଳ ଏତିକି ନୁହେଁ ଏହା ପୂର୍ବରୁ ରୋନାଲ୍ଡୋ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୋଜେଙ୍କୁ ଦେଢ କୋଟି ଟଙ୍କାର ଏକ କାର ବି ଉପହାର ଦେଇଥିଲେ । ଉଭୟ ରୋନାଲ୍ଡୋ ଓ ଜର୍ଜିନା ରୋଡ୍ରିଗୋଜେଙ୍କୁ ବିଳାଶପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି । ଯାହାର ପ୍ରମାଣ ଉଭୟଙ୍କ ସୋସିଆଲ ମିଡିଆରୁ ଜଣାପଡେ । ଜର୍ଜିନା ଓ ରୋନାଲ୍ଡୋ ୨୦୧୭ ମସିହାରୁ ଏକାସାଥିରେ ରହୁଛନ୍ତି ।

କହିରଖୁ କି ଜର୍ଜିନା ପେଶାରେ ଜଣେ ମଡେଲ । ସେ ଅନେକ ବଡ ବଡ କମ୍ପାନୀ ପାଇଁ ବିଜ୍ଞାପନ କରିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୩୬ ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି । ଏବେ ଏବେ ଜର୍ଜିନାଙ୍କ ଉପରେ ବି ଏକ ପ୍ରାମାଣିକ ଚଳଚିତ୍ର ‘ଆଇ ଆମ ଜର୍ଜିନା’ ତାଙ୍କ ଜୀବନର ପ୍ରତିଟି ସଂଘର୍ଷକୁ ନେଇ ରିଲିଜ ହୋଇଛି ।