ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ: ଯାତ୍ରା ପୂର୍ବ ୧୪ ଦିନର ବିବରଣୀ ଦେବା ବାଧ୍ୟତାମୂଳକ

190

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ ଭାଂରିଆଂଟ । ଏ ନେଇ ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସଂଶୋଧିତ ଗାଇଡଲାଇନ ଅନୁସାରେ, ଯାତ୍ରା ପୂର୍ବରୁ ୧୪ ଦିନର ଯାତ୍ରା ସମ୍ପର୍କିତ ବିବରଣୀ ଦେବାକୁ ପଡିବ । ସେହିଭଳି ଏୟାର ସୁବିଧା ପୋର୍ଟାଲରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଅପଲୋଡ କରିବାକୁ ପଡିବ । ଏହି ଚିକିତ୍ସା ଯାତ୍ରାର ୭୨ ଘଂଟା ପୂର୍ବରୁ ହୋଇଥିବ । ଡିସେମ୍ବର ପହିଲାରୁ ଏହି ଗାଇଡଲାଇନ ଲାଗୁ ହେବ ।