ପଦ୍ମଶ୍ରୀ ନନ୍ଦ ପୃଷ୍ଟି ସାରଙ୍କ ବଡ ପୁଅକୁ ଆକ୍ରମଣ । ନନ୍ଦ ସାରଙ୍କୁ ବି ଆକ୍ରମଣ ଧମକ ଦେଲେ କିଛି ଅସାମାଜିକ ଯୁବକ 

348

କନକ ବ୍ୟୁରୋ: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ନନ୍ଦ ସାରଙ୍କୁ ଗାଁର କିଛି ଅସାମାଜିକ ଯୁବକ ଆକ୍ରମଣ କରିବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବଡ ପୁଅ । ନନ୍ଦ ସାରଙ୍କ ବଡ ପୁଅ ଗଣେଶ୍ୱର ପୃଷ୍ଟିଙ୍କ ଅଭିଯୋଗ ଅନୁସାରେ ଗତକାଲି ନନ୍ଦ ସାର ଭୁବନେଶ୍ୱରରୁ ଫେରିବା ପରେ ତାଙ୍କର କାଶ ହେଉଥିଲା । ତାଙ୍କ ପାଇଁ ଔଷଧ ଆଣିବାକୁ ପାଖରେ ଥିବା ଦୋକାନକୁ ଯାଇଥିଲେ ।

କାଶ ସିରପ ଆଣି ଫେରିବାବେଳେ ତାଙ୍କୁ ସେହି ଗାଁର ଲକ୍ଷ୍ମଣ ମଲ୍ଲିକ ଓ ସନ୍ତ ନାମକ ଯୁବକ ଗାଁ ମୁଣ୍ଡରେ ଅଚାନକ ଆକ୍ରମଣ କରିଥିଲେ । ବାଉଁଶ ଠେଙ୍ଗାରେ ମାଡ ମାରିବା ସହ ତାଙ୍କ ପରେ ବାପା ଅର୍ଥାତ ନନ୍ଦ ସାରଙ୍କ ପାଳି ବୋଲି ଧମକ ଦେଇଥିଲେ । ଦୃବୃର୍ତଙ୍କ ଆକ୍ରମଣରେ ଗଣେଶ୍ୱର ଆହତ ହୋଇଛନ୍ତି । ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି ।