ମୋଦୀଙ୍କୁ ଅଟୋଗ୍ରାଫ୍ ମାଗିଲେ ବାଇଡେନ । କହିଲେ, ଆମେରିକାରେ ରହିଛନ୍ତି ଆପଣଙ୍କର ଜବରଦସ୍ତ ପ୍ରଶଂସକ

152

କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅନ୍ୟଦେଶର ନେତାମାନଙ୍କ ସମ୍ମାନ କେତେ ଉଚ୍ଚରେ ତାହା ଦେଖିବାକୁ ମିଳିଛି । ବିଶେଷ ଭାବେ ବିଶ୍ୱର ସବୁଠାରୁ ବିକଶିତ ରାଷ୍ଟ୍ର କୁହାଯାଉଥିବା ଆମେରିକାର ସର୍ବୋଚ୍ଚ ନେତା ତଥା ରାଷ୍ଟ୍ରପତି ଯେତେବେଳେ ମୋଦୀଙ୍କ ନିକଟକୁ ଆସି କରମର୍ଦ୍ଦନ କଲେ ତାହା ପ୍ରମାଣିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନିଜ ଆସନରେ ବସିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ତାଙ୍କ ନିକଟକୁ ଆସି ଆଲିଙ୍ଗନ କରିଥିଲେ । ଏହାସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଟୋଗ୍ରାଫ ମାଗିଥିଲେ । ବାଇଡେନ କହିଥିଲେ କି, ୱାସିଂଟନ ଡିସିରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମେରିକାର ଅନେକ ପ୍ରତିଷ୍ଠିତ ନାଗରିକ ତାଙ୍କୁ ଅନୁରୋଧ କରିଛନ୍ତି । ଏତେ ସଂଖ୍ୟାରେ ଲୋକ ଅନୁରୋଧ କରୁଛନ୍ତି , ଯାହା ଆମେରିକା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ବାଇଡେନ କହିଛନ୍ତି । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସପ୍ତାହରେ ୱାସିଂଟନ୍ ଡିସି ଗସ୍ତ କରିବେ ।

ସେହିଭଳି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ କହିଛନ୍ତି କି, ମଙ୍ଗଳବାର ମୋଦୀଙ୍କ ଭାଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ସଂପ୍ରଦାୟର ସମସ୍ତ ଅନୁରୋଧ ଗ୍ରହଣ କରିବା ତାଙ୍କ ପାଇଁ କଷ୍ଟକର । ହେଲେ ସିଡନୀରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମାତ୍ର ୨୦ ହଜାର ଲୋକ ବସିପାରିବାର କ୍ଷମତା ରହିଛି ।

ସୂଚନା ଥାଉକି, ଜି-୭ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ତାରିଖରେ ହିରୋସୀମାରେ ପହଂଚିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଶନିବାର ଦିନ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବିଶ୍ୱ ବାଣିଜ୍ୟ, ଉଦ୍ଭାବନ ଏବଂ ଅଭିବୃଦ୍ଧିର ଇଞ୍ଜିନ ବୋଲି ବର୍ଣ୍ଣନା କରିବା ସହ ଏହାର ସଫଳତା ଓ ନିରାପତ୍ତା ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।