ରିଲାଏନ୍ସ ଜିଓ ଆଣିଲା ଦମଦାର ଅଫର ! ଏଣିକି ବ୍ୟବହାରକାରୀଙ୍କୁ ପ୍ରତିଦିନ ମିଳିବ ୧.୫ ଜିବିର ମାଗଣା ଡାଟା ।

28

ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ଦିନକୁ ଦିନ ପ୍ରତିଯୋଗିତା ବଢିବାରେ ଲାଗିଛି । ଏଥି ମଧ୍ୟରେ ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫରର ଘୋଷଣା କରିଛି । ଟେଲିକମ୍ ସେକ୍ଟରରେ ଏବେ ରିଲାଏନ୍ସ ଜିଓକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଟେଲିକମ୍ ସେକ୍ଟରରେ ଏହି ପ୍ରତିଯୋଗିତା ହେତୁ ଗ୍ରାହକଙ୍କୁ ବି ଫାଇଦା ମିଳିବାରେ ଲାଗିଛି । ରିଲାଏନ୍ସ ଜିଓର ଏହି ନୂତନ ଅଫର ଏୟାରଟେଲର ୧୪୮ଟଙ୍କାର ପ୍ଲାନକୁ ଟକ୍କର ଦେବ ବୋଲି କୁହାଯାଇଛି ।

ରିଲାଏନ୍ସ ଜିଓର ଗ୍ରାହକମାନେ ଏବେ ୧.୫ ଅତିରିକ୍ତ ଡାଟା ମାଗଣାରେ ପାଇ ପାରିବେ । ଅର୍ଥାତ୍ ଜିଓ ବ୍ୟବହାରକାରୀ ଯଦି ପ୍ରତିଦିନ ୧.୫ ଡାଟା ପାଉଥିଲେ । ତେବେ ଏହି ଡାଟା ସହିତ ଅତିରିକ୍ତ ୧.୫ଡାଟା ବି ଏବେ ପାଇବେ । କହିବାକୁ ଗଲେ ଏବେ ରିଲାଏନ୍ସ ଜିଓର ଗ୍ରାହକ ମୋଟ ୩ଜିବି ଡାଟାର ଫାଇଦା ଉଠାଇ ପାରିବେ ।

ରିଲାଏନ୍ସ ଜିଓର ଅପଡେଟେଡ୍ ପ୍ଲାନ୍ :

ଜିଓର ୧୪୯, ୩୪୯,୩୯୯ ଓ ୪୪୯ ଟଙ୍କାର ପ୍ଲାନ୍ ଏବେ ୧.୫ଜିବିର ପ୍ରତିଦିନ ଡାଟା ବଦଳରେ ୩ଜିବି ଡାଟା ମିଳିବ । ସେହିପରି ୧୯୮, ୩୯୮,୪୪୮ ଓ ୪୯୮ ଟଙ୍କାର ପ୍ଲାନରେ ପ୍ରତିଦିନ ୨ଜିବି ଡାଟା ମିଳିଥାଏ । କିନ୍ତୁ ନୂଆ ଅଫର ଜରିଆରେ ୧.୫ ଜିବି ଅତିରିକ୍ତ ଡାଟାର ଗ୍ରାହକ ଲାଭ ଉଠାଇ ପାରିବେ । ଏଭଳି ଭାବେ ଗ୍ରାହକଙ୍କୁ ୩.୫ଜିବି ଡାଟା ମିଳିବ । ଏତଦବ୍ୟତୀତ ୨୯୯ ଟଙ୍କାର ପ୍ଲାନରେ ୪.୫ଜିବି, ୫୦୯ଟଙ୍କାର ପ୍ଲାନରେ ୫.୫ଜିବି ଓ ୭୯୯ ଟଙ୍କାର ପ୍ଲାନରେ ୬.୫ଜିବି ଡାଟା ପ୍ରତିଦିନ ମିଳିବ ।