ମଧ୍ୟରାତ୍ରୀରେ ଧରାବତରଣ କଲେ ପ୍ରଭୁ ଯୀଶୁ । ଉତ୍ସବମୁଖର ପୂରା ପୂଥିବୀ, ଯୀଶୁଙ୍କ ପାଦ ଚୁମ୍ବନ କରି ଭକ୍ତିଅର୍ଘ୍ୟ ଢାଳିଲେ ଶ୍ରଦ୍ଧାଳୁ । 

447

କନକ ବ୍ୟୁରୋ : ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ । ଯୀଶୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କରିଛି ପୃଥିବୀ  । ଚର୍ଚ ପରିସରରେ ଶୋଭାପାଉଛି ଖ୍ରୀଷ୍ଟମାସ ଲ୍ୟାମ୍ପ । ଝୁଲୁଛି ଜିଙ୍ଗଲ ବେଲ । ଝଲସୁଛି  ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ । ମଧ୍ୟରାତ୍ରି ଯାଏଁ ଚାଲିଛି ସମବେତ ସଙ୍ଗୀତ ।  ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ଯୀଶୁ । ଏହା ପରେ ଆରମ୍ଭ ହୋଇଯାଇଛି ଶୁଭେଚ୍ଛାର ପର୍ବ ।

ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ସଜେଇ ହେଇଛି ବିଭିନ୍ନ ଚର୍ଚ । ସୁନ୍ଦର ଆଲୋକମାଳା ସହ ଝଲସୁଛି ଚର୍ଚ । ମଧ୍ୟରାତ୍ରରୁ ପ୍ରଭୁ ଯୀଶୁ ଜନ୍ମ ନେବା ଅବସରରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବହୁ ଧୂମଧାମରେ ପାଳନ କରାହେଉଛି କ୍ରିସମାସ । ସାରା ଦେଶରେ ବଡ ଦିନ ପାଳନର ଧୁମ୍ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଚର୍ଚ ସଜେଇ ହୋଇଛି । ସେହିପରି କଟକ, ବ୍ରହ୍ମପୁର, ରାଉରକେଲାରେ ବି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମଧ୍ୟରେ କ୍ରିସମାସକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।