‘ବୟକଟ୍ ରକ୍ଷାବନ୍ଧନ’କୁ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର ।

450

କନକ ବ୍ୟୁରୋ: ଅଗଷ୍ଟ ୧୧ରେ ରିଲିଜ ହେବାକୁ ଯାଉଛି ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ରକ୍ଷାବନ୍ଧନ’ । ହେଲେ ଏହା ପୂର୍ବରୁ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ଏଥିରେ ଭାଇ ଭଉଣୀଙ୍କ ଅତୁଟ ବନ୍ଧନକୁ ଅତି ସୁନ୍ଦର ଭାବେ ପ୍ରତିଫଳିତ କରାଯାଇଥିବାବେଳେ ଏହା ବିରୋଧରେ ଟ୍ୱିଟରରେ ‘ବୟକଟ୍ ରକ୍ଷାବନ୍ଧନ’ ଟ୍ରେଣ୍ଡ ହେଉଛି । ଏହାକୁ ନେଇ ୟୁଜର୍ସଙ୍କୁ ଏପରି ନକରିବାକୁ ଅନୁରୋଧ କରିଛନ୍ତି ଅକ୍ଷୟ ।

ଅକ୍ଷୟ କହିଛନ୍ତି ଯେ, ‘ଆମ ଦେଶରେ ସୋସିଆଲ ମିଡିଆରେ ନିଜ ଭାବନାକୁ ପ୍ରକାଶ କରିବାର ଯଥେଷ୍ଟ ସ୍ୱାଧୀନତା ଥିଲେ ବି କିଛି ଲୋକ ଏହାର ଅପବ୍ୟବହାର କରୁଛନ୍ତି, ଯାହା କେବେବି ଗ୍ରହଣୀୟ ନୁହେଁ । କାରଣ ସେ କପଡା ଇଣ୍ଡଷ୍ଟ୍ରି ହେଉ ବା ଫିଲ୍ମ ଇଣ୍ଡଷ୍ଟ୍ରି ହେଉ ସମସ୍ତେ ଦେଶକୁ ଆର୍ଥିକ ଭାବେ ସଶକ୍ତ କରିବାକୁ ଯୋଗଦାନ କରୁଛନ୍ତି । ହେଲେ କିଛି କାରଣ ନଥାଇ ‘ରକ୍ଷାବନ୍ଧନ’ ମୁଭିକୁ ଟ୍ୱିଟରରେ ବୟକଟ୍ ଟ୍ରେଣ୍ଡ କରିବା ଅନୁଚିତ୍ । ଆମେ ପରୋକ୍ଷରେ ଦେଶର ଉନ୍ନତି ପାଇଁ କାମ କରୁଛୁ । କିନ୍ତୁ କିଛି ଲୋକ ଅପପ୍ରଚାର କରି ଏଥିରେ ବାଧକ ହେବା ଉଚିତ ନୁହେଁ’ । ଏପରି ଉତ୍ତର ରଖିବା ସହ ତାଙ୍କ ମୁଭିକୁ ନେଇ ଏପରି ଟ୍ରେଣ୍ଡ ନକରିବାକୁ ଅନୁରୋଧ କରିଛନ୍ତି ।