‘୬ ମାସ ମଧ୍ୟରେ ଜନସାଧାରଣଙ୍କୁ ଦରବୃଦ୍ଧିରୁ ମିଳିବ ଆଶ୍ୱସ୍ତି’: ଏପରି କହିଲେ ଆରବିଆଇ ଗଭର୍ଣ୍ଣର

142

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆସନ୍ତା ୬ ମାସ ମଧ୍ୟରେ ଲୋକଙ୍କୁ ଦରବୃଦ୍ଧି ସମସ୍ୟାରୁ ମିଳିବ ଆଶ୍ୱସ୍ତି । କେନ୍ଦ୍ରୀୟ ବ୍ୟାଙ୍କ ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପଇଁ ସବୁ ପ୍ରୟାସ ଜାରି ରଖିବ । ଏହାଦ୍ୱାରା ଦେଶରେ ମଜବୁତ ଓ ସ୍ଥାୟୀ ବୃଦ୍ଧି ହାସଲ ହୋଇପାରିବ । ଅଭିବୃଦ୍ଧିକୁ ନେଇ ଭଲ ସଙ୍କେତ ମିଳୁଥିବା କହିଛନ୍ତି ଶକ୍ତିକାନ୍ତ ।

କୌଟିଲ୍ୟ ଅର୍ଥନୀତିକ ସମ୍ମିଳନୀରେ ଉଦଘାଟନୀ ସମାରୋହରେ ଉଦବୋଧନ ଦେବା ବେଳେ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଦେଶର ଅର୍ଥନୀତିକ ପ୍ରତିଷ୍ଠାନଗୁଡିକ ଉପରେ ମୁଦ୍ରାସ୍ଫୀତି ଜନସାଧାରଣଙ୍କ ଆତ୍ମବିଶ୍ୱାସର ଏକ ମାପକ । ଗଭର୍ଣ୍ଣର କହିଛନ୍ତି ଯେ, ବର୍ତ୍ତମାନ ଯୋଗାଣ ପରିସ୍ଥିତି ଅନୁକୂଳ ଦେଖାଯାଉଛି । ଅନୁମାନ କରାଯାଉଛି ଯେ, ୨୦୨୨-୨୩ ର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ପୀତି ଧୀରେ ଧୀରେ ହ୍ରାସ ହୋଇପାରେ ।