ଆରବିଆଇ ଦେଲା ଶସ୍ତା ଋଣ ଉପହାର ! ୦.୨୫ କମିଲା ରେପୋ ରେଟ୍ , କମିବ ଇଏମଆଇ

47

ଶସ୍ତା ହେଲା ଘର ଏବଂ କାର୍ ଲୋନ୍ । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଉର୍ଜିତ୍ ପଟେଲ୍ ଆଜି ଏନେଇ ଘୋଷଣା କରିଛନ୍ତି । ଆରବିଆଇର ନୂଆ ରେପୋ ରେଟରେ ୦.୨୫ ପଏଂଟ୍ କମ୍ ହୋଇଛି । ଫଳରେ ୬.୨୫ରୁ କମି ରେପୋ ରେଟ୍ ବର୍ତ୍ତମାନ ୬ ହୋଇଯାଇଛି । ସେହିପରି ରିଭର୍ସ ରେପୋ ରେଟ୍ ୫.୭୫ ହୋଇଛି । ଜାନୁୟାରୀ ୨୦୧୫ ପରଠାରୁ ବର୍ତ୍ତମାନ ସୁଦ୍ଧା ୮ ଥର ଏହି ଦର ପରିବର୍ତ୍ତନ ହୋଇଛି ।

ଏହି ନୂଆ ରେପୋ ରେଟର ପ୍ରଭାବ ପଡିବ ଘର ଏବଂ କାର୍ ଲୋନ୍ ଉପରେ । ଫଳରେ ଆପଣଙ୍କ ଲୋନ୍ ଏବଂ ଇଏମଆଇ କମିବ  । ଯଦି ଆପଣ ୨୦ବର୍ଷ ପାଇଁ ୩୦ ଲକ୍ଷ ଟଙ୍କା ଲୋନ୍ ନେଉଛନ୍ତି ତେବେ ଆପଣଙ୍କୁ ୧.୧୪ଲକ୍ଷ ଟଙ୍କା କମ୍ ଦେବାକୁ ପଡିବ । ବର୍ତ୍ତମାନ ୮.୫ ପ୍ରତିଶତ ଦରରେ ହୋମ୍ ଲୋନ୍ ନେଲେ ୩୨୪୮୩୨୭ଟଙ୍କା ଦେବାକୁ ପଡୁଛି । କିନ୍ତୁ ନୂଆ ରେପୋ ରେଟ୍ ୮.୨୫ ପ୍ରତିଶତ ଦରରେ ୩୦ଲକ୍ଷ ଲୋନ୍ ନେଲେ କେବଳ ୩୧୩୪୮୭୩ ଟଙ୍କା ଦେବାକୁ ପଡିବ । ଏହି ହିସାବରେ ଦେଖିବାକୁ ଗଲେ ପୂରା ଲୋନ୍ ଉପରେ ୧.୧୪ଟଙ୍କା ସଂଚୟ ହେବ ।

ରେପୋ ରେଟ୍ କଣ :

ରେପୋ ରେଟ୍ ହେଉଛି ସେ ଦର ଯାହା ଉପରେ ଆରବିଆଇ ବ୍ୟାଙ୍କକୁ ଋଣ ଦେଇଥାଏ । ସେହିପରି ରିଭର୍ସ ରେଟ୍ ଉପରେ ଆରବିଆଇ ବ୍ୟାଙ୍କରୁ ଋଣ ନେଇଥାଏ ।