ଓଡିଶାର ୩ଟି ଆଦ୍ରଭୂମିକୁ ରାମସାରର ମାନ୍ୟତା। ତାମ୍ପରା ହ୍ରଦ, ହୀରାକୁଦ ଡ୍ୟାମ ଓ ଅଂଶୁପା ହ୍ରଦକୁ ମାନ୍ୟତା। 

96

କନକ ବ୍ୟୁରୋ: ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାର ୩ଟି ଆଦ୍ରଭୂମିକୁ ରାମସାରର ମାନ୍ୟତା ମିଳିଛି । ଗଞାମର ତାମ୍ପରା ହ୍ରଦ, ସମ୍ବଲପୁରର ହୀରାକୁଦ ଡ୍ୟାମ ଓ ବାଙ୍କୀର ଅଂଶୁପା ହ୍ରଦକୁ ଏହି ମାନ୍ୟତା ମିଳିଛି । ଏହି ମାନ୍ୟତା ମିଳିବା ପରେ ବାଙ୍କୀର ଅଂଶୁପା ବିକାଶ କ୍ଷେତ୍ରରେ ଆଉ ପାଦେ ଆଗଇଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରି ଦେଖାଦେଇଛି । ଏସିଆର ଦ୍ୱିତୀୟ ବୃହତମ ମଧୁର ହ୍ରଦ ଭାବରେ ଅଂଶୁପା ବେଶ ପରିଚିତ । ବାଙ୍କୀବାସୀଙ୍କ ଗର୍ବ ଓ ଗୈ÷ାରବ ଅଂଶୁପାକୁ ରାମସାର ସାଇଡ୍ରେ ଅର୍ନ୍ତଭୂକ୍ତ କରାଯାଇଛି । ଫଳରେ ଏହି ଆଦ୍ରଭୂମୀର ବିକାଶ ହେବା ସହ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମିବ । ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ।

ପୂର୍ବରୁ ଏହି ଆଦ୍ରଭୂମିକୁ ରାଜ୍ୟସରକାରଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାମସାରରେ ଅର୍ନ୍ତଭୂକ୍ତ କରାଯିବା ପରେ ଅଂଶୁପାର ବିକାଶ କାର୍ଯ୍ୟକୁ ତ୍ୱରାନିତ କରାଯିବ ବୋଲି କହିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ସେପଟେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ବିକାଶ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଯୋଡିହେଲା ବୋଲି କହିଛନ୍ତି ବାଙ୍କୀ ବିଜେପି ନେତା ଶୁଭ୍ରାଶୁଂ ମୋହନ ପାଢୀ । ପୂର୍ବରୁ ଓଡିଶାର ଚିଲିକା. ଭିତରକନିକା ଏବଂ ସାତକୋଶିଆ ଗଣ୍ଡକୁ ରାମସାର ମାନ୍ୟତା ମିଳିସାରିଥିଲା ଆଉ ଏବେ ଅଂଶୁପାକୁ ଏହି ମାନ୍ୟତା ମିଳିସାରିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଅଂଶୁପାର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି ।