ନିଲମ୍ବନ ବିରୋଧରେ ୫୦ ଘଣ୍ଟାର ରିଲେ ପ୍ରୋଟେଷ୍ଟ । ମଶାଧୂପ ଲଗାଇ ବାହାରେ ଶୋଇଲେ ସାଂସଦ ।

181

କନକ ବ୍ୟୁରୋ: ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ବିରୋଧୀ ଦଳ ସାଂସଦ ସଂସଦ ପରିସରର ଗାନ୍ଧୀଜୀଙ୍କ ପ୍ରତୀମା ଆଗରେ ୫୦ ଘଣ୍ଟିଆ ବିରୋଧ ପ୍ରଦର୍ଶନ କରିଛନ୍ତି । ବୁଧବାର ୧୧ଟାରୁ ଆରମ୍ଭ ହୋଇଥିବା ଏହି ବିରୋଧ ପ୍ରଦର୍ଶନ ଗୁରୁବାର ରାତି ଯାଏଁ ମଧ୍ୟ ଜାରି ରହିଥିଲା । ଫଳରେ ସଂସଦ ବାହାରେ ମଶାଧୂପ ଲଗାଇ ଶୋଇଲେ ସାଂସଦ ।

ମଶାଙ୍କ ଦାଉରେ ରାତିସାରା କଲବଲ ହେବା ପରେ ମଶା କଏଲ ଲଗାଇ ରାତି କଟାଇଥିଲେ ସାଂସଦ । କଂଗ୍ରେସ ସାଂସଦ ମନିକନ ଟ୍ୟାଗୋର ଜଣେ ସାଂସଦଙ୍କ ହାତରେ ମଶା ବସିଥିବା ଭିଡିଓକୁ ଟ୍ୱିଟ୍ କରିଥିଲେ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଥିଲେ । ଟ୍ୟାଗୋର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟ୍ୟାଗ କରି ଲେଖିଥିଲେ ଯେ, ‘ସଂସଦ ପରିସରରେ ଅପରିଜ୍ୟାପ୍ତ ମଶା ଅଛନ୍ତି । କିନ୍ତୁ ବିରୋଧୀ ସାଂସଦ ଏହାକୁ ଡରନ୍ତି ନାହିଁ । ମନସୁଖ ମାଣ୍ଡଭିଏ ଦୟାକରି ଭରତୀୟଙ୍କ ରକ୍ତ ନଷ୍ଟ ହେବାରୁ ବଞ୍ଚାନ୍ତୁ । ବାହାରେ ଅଦାନୀ ସେମାନଙ୍କର ରକ୍ତ ଶୋଷୁଛନ୍ତି’ ।ବୋଲି ଲେଖିଛନ୍ତି ।