ମିଗ୍-୨୧ : ୬୨ ବର୍ଷରେ ୨୦୦ ଦୁର୍ଘଟଣା । ବାୟୁସେନାରେ ସବୁଠୁ ପୁରୁଣା ବିମାନକୁ ନେଇ ଚିନ୍ତା ।

113

କନକ ବ୍ୟୁରୋ: ସମୟ ଥିଲା ବାୟୁସେନାର ଅସ୍ତ୍ର ବୋଲି କୁହାଯାଉଥିଲା । ହେଲେ ଏବେ ଏହା କାଳ ପାଲଟିଛି । ଗୁରୁବାର ରାଜସ୍ଥାନ ବାଡମେରରେ ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟଙ୍କ ଜୀବନ ଚାଲିଯିବା ପରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ସେନା ।

୧୦୬୦ରୁ ବାୟୁସେନାରେ ସାମିଲ ହୋଇଛି ମିଗ୍-୨୧ ବିମାନ । ବାଲାକୋଟ ଏୟାରଷ୍ଟ୍ରାଇକ୍ରେ ଏହି ବିମାନ ପାକିସ୍ତାନ ଲଢୁଆ ବିମାନଙ୍କୁ ନାକେଦମ୍ କରିଥିଲା । ହେଲେ ଏବେ ଏହା ବାୟୁ ସେନା ପାଇଁ ଚିନ୍ତାର କାରଣ ପାଲଟିଛି । ସର୍ଭେ ମୁତାବକ, ଗତ ୬୨ ବର୍ଷ ମଧ୍ୟରେ ଏହି ମିଗ୍-୨୧, ୨୦୦ଥର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଯୁଦ୍ଧ ବିମାନର ସୁରକ୍ଷା ରେକର୍ଡ ବହୁତ ଖରାପ ରହିଆସିଛି । ଚଳିତ ବର୍ଷ ମାର୍ଚ୍ଚରେ ରକ୍ଷା ରାଜ୍ୟମନ୍ତ୍ରୀ ଅଜୟ ଭଟ୍ଟ ଏନେଇ ଚିନ୍ତା ବ୍ୟକ୍ତ କରି କହିଥିଲେ ଯେ, ଗତ ୫ ବର୍ଷରେ ସେନାର ବିମାନ ଓ ହେଲିକପ୍ଟର ଦୁର୍ଘଟଣାରେ ୪୨ ଜଣ ରକ୍ଷା ଅଧିକାରୀ ତଥା ପାଇଲଟଙ୍କ ଜୀବନ ଗଲାଣି । ଗତ ୫ ବର୍ଷରେ ପାଖାପାଖି ୪୫ ଟି ବିମାନ ଦୁର୍ଘଟଣା ହୋଇଛି ।

ମିଗ୍-୨୧ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିଲେ ବି ଏହାକୁ ବଦଳାଇବା ବା ଏହାକୁ ଅପଡେଟ୍ କରିବା ଉପରେ ସରକାର ଗୁରୁତ୍ୱ ଦେବା ନିହାତି ଜରୁରୀ ହୋଇ ପଡିଛି ବୋଲି ମତ ପ୍ରକାଶ ପାଉଛି ।