ପାର୍ଥ ଚାଟାର୍ଜୀଙ୍କ ଘରୁ ଚୋରି ହୋଇଗଲା କୋଟି କୋଟି ଟଙ୍କା : ଲୋକେ ଭାବୁଥିଲେ ଇଡି କରୁଛି ରେଡ୍, ହେଲେ ଘରେ ପଶି ଚୋର ନେଇଗଲେ ଟଙ୍କା ଭର୍ତ୍ତି ବ୍ୟାଗ୍

564

କନକ ବ୍ୟୁରୋ : ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ ଇଡି ଗୋଟିଏ ପଟେ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ଅନ୍ୟପଟେ ପାର୍ଥଙ୍କ ବେଗମପୁର ଫାର୍ମ ହାଉସରୁ ଚୋରି ହୋଇଯାଇଛି । ବେଗମପୁର ଫାର୍ମ ହାଉସରେ ଚୋର ପଶି ଚୋରି କରୁଥିଲା । କିନ୍ତୁ ଲୋକେ ଭାବୁଥିଲେ ଇଡି ବୋଧହୁଏ ରେଡ୍ କରୁଛି । ତେଣୁ ଚାଲାକ ଚୋର ଚୋରି କରିବାରେ ସଫଳ ହୋଇଛି । ଫାର୍ମହାଉସରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ, ଟଙ୍କା ଚୋରି ହୋଇଛି ବୋଲି ଗୁରୁବାର ପୋଲିସ ସୂଚନା ଦେଇଛି । କିନ୍ତୁ ଅନ୍ୟ ମୂଲ୍ୟବାନ ଜିନିଷ ଚୋରି ହୋଇଛି କି ନାହିଁ ପୋଲିସ ସ୍ପଷ୍ଟ କରିନି । ବାରୁଇପୁର ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ବେଗମପୁର ଫାର୍ମ ହାଉସରେ ୪ ଜଣ ଅଜ୍ଞାତ ବ୍ୟକ୍ତି ଛିଡା ହୋଇଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତାଲା ଖୋଲିବାର ଶବ୍ଦରେ ଲୋକେ ଉଠି ପଡିଥିଲେ । ଘରୁ ବାହାରି ଆସି ଦେଖିଥିଲେ ଚାରି ଜଣ ତାଲା ଭାଙ୍ଗି ଫାର୍ମ ହାଉସରେ ପ୍ରବେଶ କରିଛନ୍ତି । କିଛି ସମୟ ପରେ ଚୋରମାନେ କେବଳ ଦଲିଲ ଧରି ବାହାରିଥିଲେ । ତେଣୁ ପ୍ରଶ୍ନ ଉଠୁଛି ଚୋର ଦଲିଲ କାହିଁକି ନେଲା ? ଯେତେବେଳେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି । ସେତେବେଳେ ଏହି ଚୋରି ପଛରେ ପ୍ରମାଣ ନଷ୍ଟ ଥାଇପାରେ କି ? କାରଣ ଏହି ମାମଲାରେ ଗିରଫ ହୋଇଥିବା ପାର୍ଥଙ୍କ ସହଯୋଗୀ ଅର୍ପିତା ମୂଖାର୍ଜୀଙ୍କ ଘରୁ ଇଡି ଏକ ଡାଏରୀ ଜବତ କରିଛି । ଯାହାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।