ଭରତପୁରରେ ପୂଜାରୀଙ୍କୁ ଅଜଣା ବ୍ୟକ୍ତିର ଧମକ, ମନ୍ଦିର ନଛାଡିଲେ କହ୍ନେୟାଲାଲଙ୍କ ଭଳି ଦଶା ଭୋଗିବାକୁ ଚେତାବନୀ

127

କନକ ବ୍ୟୁରୋ : ଦେଶରେ ଧାର୍ମକ ଉନ୍ମାଦନା ଦିନକୁ ଦିନ ବଢିବାରେ ଲାଗିଛି । କେଉଁଠି ଧର୍ମ ନାମରେ ହତ୍ୟା କରାଯାଉଛି ତ କେଉଁଠି ଧର୍ମ ନାମରେ ଉନ୍ମାଦନା ସୃଷ୍ଟି କରାଯାଉଛି । ଏହି କ୍ରମରେ ଏବେ ମହାରାଣୀ ଶ୍ରୀ ଜୟା କଲେଜ ପରିସରରେ ଥିବା ଏକ ହନୁମାନ ମନ୍ଦରର ପୂଜାରୀଙ୍କୁ ଅଜଣା ବ୍ୟକ୍ତି ଚିଠି ମାଧ୍ୟମରେ ଧମକ ଦେଇଛନ୍ତି ।

ହାତରେ ଲେଖାଯାଇଥିବା ଏହି ଚିଠିଟି ମନ୍ଦିର ପରିସରରୁ ମିଳିଛି । ଏହି ଚିଠିରେ ମନ୍ଦିର ପୂଜାରୀଙ୍କୁ ଧମକ ଦିଆଯାଇଛି । ଲେଖାଯାଇଛି କି, ଯଦି ୧୦ ଦିନ ମଧ୍ୟରେ ମନ୍ଦିର ନଛାଡିବ ତେବେ ରାଜସ୍ଥାନ ଉଦୟପୁରର କହ୍ନେୟାଲାଲଙ୍କ ଭଳି ହତ୍ୟା କରିଦିଆଯିବ ।

ଏଭଳି ଚିଠି ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଚିଠିକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିବା ବେଳେ ଚିଠିର ବିଭିନ୍ନ ଆଙ୍ଗେଲକୁ ବି ପରଖୁଛି ପୋଲିସ । ଚିଠିରେ ଲେଖାଯାଇଛି କି, ପୂଜାରୀଙ୍କୁ ରାତିରେ ନୁହେଁ ବରଂ ସକାଳେ ହତ୍ୟା କରାଯିବ । ଯଦି ବଞ୍ଚିବାକୁ ଚାହୁଁଛ ତେବେ ତୁରନ୍ତ ମନ୍ଦିର ଛାଡି ଦେବାକୁ ଚିଠିରେ ଲେଖାଯାଇଛି ।

କହିରଖୁ କି, ମଥୁରା ସହର ଗେଟ ଥାନା ଅଞ୍ଚଳରେ ରହିଛି ମହାରାଣୀ ଶ୍ରୀ ଜୟା କଲେଜ । ଏହି କଲେଜ ପରିସରରେ ରହିଛି ଏକ ହନୁମାନ ମନ୍ଦିର । ଏହି ମନ୍ଦିରରେ ଡ. ତାରାଚନ୍ଦ ଶର୍ମାଙ୍କୁ ପୂଜାରୀ ଭାବେ କଲେଜ ତରଫରୁ ନିଯୁକ୍ତି ଦିଆଯାଇଛି । ହେଲେ ତାରାଚନ୍ଦଙ୍କ ପୂର୍ବରୁ ଯେଉଁ ପୂଜାରୀ ଏହି ମନ୍ଦିରରେ ପୂଜା କରୁଥିଲା ତାକୁ କଲେଜ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି । ତେଣୁ ଅନୁମାନ କରାଯାଉଛି କି ପୂର୍ବ ପୂଜାରୀ ବି ଏଭଳି କାମ କରିଥାଇ ପାରନ୍ତି ।