ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ । ଟପ୍ ୧୦୦ ତାଲିକାରେ ନାହିଁ ରାଜ୍ୟର କୌଣସି କଲେଜ

441

କନକ ବ୍ୟୁରୋ : ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ଫ୍ରେମୱର୍କ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତିା ପ୍ରଥମ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ରାଜ୍ୟର ୩ ବିଶ୍ୱବିଦ୍ୟାଳୟ । ସୋଆ ୧୬ ତମ ର୍ୟାଙ୍କରେ ଥିବାବେଳେ , କିଟ୍ ୨୦, ଉକ୍ରଳ ବିଶ୍ୱବିଦ୍ୟାଳୟ ୯୦ ତମ ସ୍ଥାନରେ ରହିଛି । ତେବେ ସାମଗ୍ରିକ ରାଙ୍କିଙ୍ଗରେ ସୋଆ ୩୦, କିଟ ୩୪, ନିଟ୍ ୩୯ ଓ ଆଇଆଇଟି ୬୫ ତମ ସ୍ଥାନରେ ରହିଛି । ଇଂଜିନିୟରିଂରେ ନିଟ ରାଉରକେଲାକୁ ୧୫, ସୋଆକୁ ୨୭ ଓ ଭୁବନେଶ୍ୱର ଆଇଆଇଟିକୁ ୩୬ ତମ ର୍ୟାଙ୍କ ମିଳିଛି ।

ସେହିଭଳି କିଟ୍ ୪୨ ଓ ସିଭି ରମଣ କଲେଜ ୯୮ ତମ ସ୍ଥାନରେ ରହିଛି । ମେଡିକାଲ ଶିକ୍ଷାରେ ସୋଆ ୧୮, ଏମ୍ସ ୨୬, କିଟ୍-୩୦ ଓ ଏସସିବି ୪୪ ତମ ସ୍ଥାନରେ ରହିଛି । ରିସର୍ଚରେ ନିଟ୍ ୨୪, ଆଇଆଇଟି ୩୭, ସୋଆ ୪୫ ଓ କିଟ୍ ୪୭ ତମ ସ୍ଥାନ ହାସଲ କରିଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ରାଙ୍କିଙ୍ଗ କରାଯାଇଛି । ଶିକ୍ଷାନୁଷ୍ଠାନରେ ପାଠପଢା, ଭିତିଭୂମି, ଗବେଷଣାକୁ ମାପକାଠି ଭାବେ ନିଆଯାଇଛି । ଦେଶରେ ଉଚ୍ଚଶିକ୍ଷାର ମାନବୃଦ୍ଧ ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ପାଇଁ ପ୍ରତିବର୍ଷ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ଫ୍ରେମୱର୍କ ବା ଏନଆଇଆରଏଫ ଏଭଳି ଘୋଷଣା କରିଥାଏ ।