ଦୃତ ଗତିରେ ଚାଲିବେ ୫୦୦ ଟ୍ରେନ୍‌ ! ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ଅଭିନବ ପଦକ୍ଷେପ

25

କନକ ବ୍ୟୁରୋ : ଭାରତୀୟ ରେଳବାଇରେ ଏବେ ଆହୁରି ପରିବର୍ତ୍ତନ ହେବାକୁ ଯାଉଛି । ଯାତ୍ରା ସମୟକୁ କମ୍‌ କରିଦେବା ପାଇଁ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏକ ଅଭିନବ ପଦକ୍ଷେପ ନେବାର ଯୋଜନା କରିଛନ୍ତି । ଦେଶରେ ଚଳାଚଳ କରୁଥିବା ରେଳଗୁଡ଼ିକୁ ଆଉ ଟିକେ ଦୃତ ଗତିରେ ଚାଳନ କରାଯିବ ବୋଲି ଗୋଏଲ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଏହି ଦୃତ ନିୟମ ଲାଗୁ ହେବା ଫଳରେ ପାଖାପାଖି ୫୦୦ ଟ୍ରେନ୍‌ ସେମାନଙ୍କର ପହଞ୍ଚିବା ସମୟରୁ ଅପେକ୍ଷାକୃତ ୨ ଘଣ୍ଟା ଆଗୁଆ ପହଞ୍ଚିବେ । ରେଳବାଇ କର୍ତ୍ତୃପକ୍ଷ ଏହି ନିୟମ ସଂପର୍କରେ ପୂରାପୂରି ଯୋଜନା କରି ସାରିଲେଣି । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି ।