ଆର୍ଥିକ ମାନ୍ଦାବସ୍ଥା ଓ ଆର୍ଥିକ ସ୍ଥିତି ନେଇ ବିଜେପି ଆଭ୍ୟନ୍ତରୀଣ ମହଲରେ ଅସନ୍ତୋଷ ! ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଘେରିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

23

କନକ ବ୍ୟୁରୋ: ଦେଶର ଆର୍ଥିକ ମାନ୍ଦାବସ୍ଥା ଓ ସରକାରଙ୍କ ଆର୍ଥିକ ନୀତି ନେଇ ବିଜେପିର ଆଭ୍ୟନ୍ତରୀଣ ମହଲରେ ଅସନ୍ତୋଷର ସ୍ୱର ଦେଖିବାକୁ ମିଳିଛି । ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଆଜି ଏ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଦୈନିକ ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସର ଲେଖିଥିବା ଏକ ସ୍ତମ୍ଭରେ ସେ ଆର୍ଥିକ ସ୍ଥିତି ନେଇ ଅରୁଣ ଜେଟଲୀଙ୍କୁ ବି ସମାଲୋଚନା କରିଛନ୍ତି ।

ଯଶବନ୍ତ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଗରିବୀକୁ ଅତି ପାଖରୁ ଦେଖିଥିବା କଥା କହିଛନ୍ତି । ଏବେ ଅରୁଣ ଜେଟଲୀ ଚାହୁଁଛନ୍ତି ଦେଶର ନାଗରିକ ଗରିବୀକୁ ଅତି ନିକଟରୁ ଦେଖନ୍ତୁ । ଗତ କିଛି ଦିନ ମଧ୍ୟରେ ଦେଶର ପୁଞ୍ଜିନିବେଶ ଯେତିକି କମିଛି, ତାହା ଆଗରୁ କେବେ ହୋଇନଥିଲା । ଔଦ୍ୟୋଗିକ ଉତ୍ପାଦନ ବି ହ୍ରାସ ପାଇଛି । କୃଷି କ୍ଷେତ୍ରରେ ବି ମାନ୍ଦାବସ୍ଥା ଦେଖାଦେଇଛି । ଯଦି ଏ ବିଷୟରେ ମୁଁ ଏବେ କହିବି ନାହିଁ ତା ହେଲେ ଏହା ଧୋକା ହେବ ।