ମୋଦିଙ୍କ ଆଡ଼କୁ ପୁଣିଥରେ ରାହୁଲ ଛାଡ଼ିଲେ ବ୍ୟଙ୍ଗବାଣ ! ଟୁଇଟ୍ କରି କହିଲେ, ଏନଡିଏ ସରକାରର ଦରିଦ୍ର ହିତକାରୀ ନୀତି

22

କନକ ବ୍ୟୁରୋ: ପୁଣିଥରେ ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ମୋଦି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କିଛି ଦିନ ହେବ ମୋଦିଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ଅମରନାଥ ଯାତ୍ରାରେ ହୋଇଥିବା ଆତଙ୍କି ଆକ୍ରମଣ, ନୋଟବନ୍ଦୀ ପରେ ଏବେ ଏନଡିଏ ସରକାରଙ୍କ ନୀତିକୁ ଟାର୍ଗେଟ୍ କରିଛନ୍ତି ରାହୁଲ । ରାହୁଲ ତାଙ୍କ ଟ୍ୱିଟର ଆକାଉଂଟରେ ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ଜଣେ ଝିଅ ଓ ଜଣେ ପୁଅ କେଉଁ ଏକ ରେଷ୍ଟୁରାଂଟରେ ବସି ପଇସା ଦେବାନେବା କରୁଛନ୍ତି । ରାହୁଲ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି ଏନଡିଏର ଗରିବଙ୍କ ପାଇଁ ହିତକାରୀ ନୀତି । ଏହା ପୂର୍ବରୁ ଅମରନାଥ ଆତଙ୍କି ଆକ୍ରମଣକୁ ନେଇ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଥିଲେ ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଲ୍ ନୀତି ଆତଙ୍କବାଦୀଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି’ ।