ଆରବିଆଇର ବଳକା ଅର୍ଥ ହସ୍ତାନ୍ତାରକୁ ନେଇ କେନ୍ଦ୍ରକୁ ଘେରିଲା କଂଗ୍ରେସ: ରାହୁଲ କହିଲେ, ଆରବିଆଇରୁ ଟଙ୍କା ଚୋରି କରି ଆର୍ଥିକ ମାନ୍ଦାବସ୍ତାକୁ ଦୂରେଇ ପାରିବେନି ସରକାର

381

କନକ ବ୍ୟୁରୋ: ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ତାର ବଳକା ଅର୍ଥ ଦେବା ଘଟଣାକୁ ରାହୁଲଙ୍କ ସମାଲୋଚନା । ଟ୍ୱିଟ୍ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ଆରବିଆଇ ଠାରୁ ୧ ଦଶମିକ ୭୬ ଲକ୍ଷ କୋଟି ଟଙ୍କା ଚୋରି କରି ଆର୍ଥିକ ମାନ୍ଦାବସ୍ଥାକୁ ଦୁରେଇ ପାରିବେ ନାହିଁ । ସ୍ୱଅର୍ଜିତ ଆର୍ଥିକ ବିପର୍ଯ୍ୟସ୍ତର ମୁକାବିଲା ନେଇ କୌଣସି ବାଟ ପାଉ ନାହାନ୍ତି ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ । ତେବେ ଆରବିଆଇ ଟଙ୍କା ଏହି ବିପର୍ଯ୍ୟସ୍ତର ସମାଧାନ କରିପାରିବ ନାହିଁ ବୋଲି ଟ୍ୱିଟ୍ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

କାଲି ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ମିଟିଂ ବୈଠକରେ ୧ଲକ୍ଷ ୭୬ ହଜାର କୋଟି ଟଙ୍କା ବଳକା ଅର୍ଥକୁ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ନିଷ୍ପତି ହୋଇଥିଲା । ବୈଠକରେ ବିମଲ ଜଲାନ୍ କମିଟିର ସୁପାରିଶକୁ ମଂଜୁର କରିଥିଲା ଆରବିଆଇର ସେଂଟ୍ରାଲ ବୋର୍ଡ । ଏହି ଖବର ଆସିବା ପରେ ସମାଲୋଚନା କରି ଟ୍ୱିଟ୍ କରିଛନ୍ତି ରାହୁଲ ଗାନ୍ଧୀ । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୨୩ ହଜାର କୋଟି ଦିଆଯିବ । ଆସନ୍ତା ଫେବୃୟାରୀ ମାସରେ କେନ୍ଦ୍ରକୁ ଏହି ବଳକା ଅର୍ଥ ବା ଲାଭାଂଶକୁ କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି ।